ନୁଆସାହି ବାପିଷ୍ଟ ଚର୍ଚ୍ଚ ମଣ୍ଡଳୀ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ
କନ୍ଧମାଳ,(ସୁର୍ଯ୍ୟ ନାରାୟଣ ବେହେରା):କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନୁଆସାହି ରେ ଥିବା ବାପଟିଷ୍ଟ ଚର୍ଚ୍ଚ ମଣ୍ଡଳୀ ତରଫରୁ ମଣ୍ଡଳୀର ସମସ୍ତ ସଭ୍ୟ ସଭ୍ୟାଙ୍କ ସହଯୋଗରେ ଚର୍ଚ୍ଚର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସଂପାଦକ ପ୍ରମୋଦ ରଞ୍ଜନ ନାୟକ, ପାଳକ ପ୍ରଦିପ କୁମାର ନାୟକ, ଉପସଭାପତି ପ୍ରଶାନ୍ତ କୁମାର ଦାସ, ପ୍ରମୁଖଙ୍କ ଉପସ୍ଥିତିରେ ଜି.ଉଦୟଗିରି ଗୋଷ୍ଠି ଉନ୍ନୟନ ଅଧିକରୀ ଶାନ୍ତନୁ କୁମାର ନାୟକଙ୍କ ଜରିଆରେ ୫୦,୦୦୦ (ପଚାଷ ହଜାର) ଟଙ୍କାର ଏକ ଚେକ୍ କୋଭିଡ୍-୧୯ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।


