ନୂଆଗଡ଼ ବ୍ଲକରେ ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ପି: ଅନ୍ତରଡା ଗ୍ରାମ ସ୍ଥିତ ପଞ୍ଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ହଲ ପରିସରରେ ପଡୋଶୀ ଆନ୍ଧ୍ର ସ୍ଥିତ ଶ୍ରୀକାକୁଲମ ସହରର ପ୍ରତିଷ୍ଠିତ ଜେମ୍ସ ହସ୍ପିଟାଲ ତରଫରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା-ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଉକ୍ତ ମାଗଣା ସ୍ବାସ୍ଥ୍ୟ ଶିବିରକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ମଣ୍ଡଳ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘଟନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଏନ: ଡିଲେଶ୍ୱର ରାଓ ସହଯୋଗ କରିଥିଲେ ଏହି ଶିବିର କାର୍ଯ୍ୟକ୍ରମରେ ଆସିଥିବା ସମସ୍ତ ରୋଗୀ ମାନଙ୍କ ରକ୍ତଚାପ ଓ ସୁଗର ପରୀକ୍ଷା କରାଯିବା ସହ ସେମାନଙ୍କ ବିଭିନ୍ନ ରୋଗ ଚିହ୍ନଟ କରି ସେମାନଙ୍କୁ ମାଗଣା ଔଷଧ ପ୍ରଦାନ କରା ଯାଇଥିଲା ।ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ-ସଂଖ୍ୟାରେ ଲୋକେ ଯୋଗ ଦେଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ସହ ମାଗଣା ଔଷଧ ନେଇଥିଲେ ।ଏହି ଶିବିର କାର୍ଯ୍ୟକ୍ରମରେ ଶ୍ରୀକାକୁଲମ ସ୍ଥିତ ଜେମସ୍ ହସ୍ପିଟାଲର ଚକ୍ଷୁ ରୋଗ , ଅସ୍ଥିଶଲ୍ୟ ଓ ମେଡିସିନ ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ଆସିଥିବା ସମସ୍ତ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ ।ଉକ୍ତ ସ୍ଵାସ୍ଥ୍ୟ ଶିବିରକୁ ଉତ୍ତମ ରୁପେ ପରିଚାଳନା କରିବା ପାଇଁ ଜେମ୍ସ ହସ୍ପିଟାଲ\’ର ପରିଚାଳନା କମିଟିର ଶ୍ରୀ ନାରାୟଣ ରାଓ , ଏରିଆ ମେନେଜର ଶ୍ରୀ ଏସ: ଅନିଲଙ୍କ ସମେତ ବିଭିନ୍ନ ବ୍ଲକର ଜନ ସଂପର୍କ ଅଧିକାରୀ ମାନେ ଯୋଗ ଦେଇ ଓଡିଶା ସରକାରଙ୍କ ବିଏସକେୱାଇ: ସ୍ଵାସ୍ଥ୍ୟ କାର୍ଡ ବିଷୟରେ ଲୋକ ମାନ ବୁଝାଇ ସଚେତନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ