ନୂଆଗଡ଼ ବ୍ଲକର ଅଙ୍ଗନୱାଡ଼ି କର୍ମୀ କେଣ୍ଡେଲ ଜାଳୀ ଧାରଣା ଦେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ସମ୍ୱନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଙ୍ଘ ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର ଆସୋସିଏସନ ନୂଆଗଡ଼ ବ୍ଲକ ଶାଖା ପକ୍ଷରୁ ଆଜି କେଣ୍ଡେଲ ଜାଳୀ ପ୍ରାର୍ଥନା କରି ବିକ୍ଷପ ପ୍ରଦର୍ଶନ ସହ ଧାରଣାକୁ ଜାରିରଖି ଛନ୍ତି। ୮ଦଫା ଦାବୀ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଅଙ୍ଗୱାଡ଼ି କର୍ମୀ ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆଜକୁ ପ୍ରାୟ ୨୫ ଦିନ ବିତିଯାଇ ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାରୁ ବର୍ତ୍ତମାନ ଆନ୍ଦୋଳନ ଦିବ୍ର ହେବା ଦେଖିବାକୁ ମିଳିଛି। ଦାବି ସମୂହ ପୁରାଣ ନ ହେବାଯାଏ ଜାତି, ଧର୍ମ ନିର୍ବିଶେଷରେ ଖରା, ବର୍ଷା, ସୀତକୁ ଖାତିରି ନକରି ଯେକୌଣସି ଧର୍ମର ପର୍ବ ପର୍ବାଣୀ ହେଲେ ସମସ୍ତେ ମିଳିମିଶି ଧାରଣା ସ୍ଥଳରେ ପାଳନ କରିବେ କିନ୍ତୁ ଧାରଣାରୁ ଉହରିବୁ ନାହିଁ ବୋଲି ସଂଘ ପକ୍ଷରୁ କୁହା ଯାଇଛି। ଅଲ ଓଡିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର ଆସୋସିଏସନ ବ୍ଲକ ସଭାନେତ୍ରୀ ସୁଜାତା ମାଝିଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବ୍ଲକର ୭ଟି ସେକ୍ଟରର ୨୩୮ କେନ୍ଦ୍ରରୁ ସମସ୍ତ ଅଙ୍ଗନୱାଡି ,ମିନି ଅଙ୍ଗୱାଡ଼ି ଏବଂ ସହାୟିକା ଏକତ୍ରିତ ହୋଇ ଧାରଣାରେ ବସିଥିଲେ।


