ନୂଆଗଡ ମାଛଧରା ବନ୍ଦର ର ନବୀକରଣପାଇଁ ଜନଶୁଣାଣି ଶିବିର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ନୂଆଗଡ ଠାରେ ଥିବା ମାଛଧରା ବନ୍ଦର ନବୀକରଣ କରଣ ହେବ ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ତରଙ୍ଗ ସାମୁଦ୍ରିକ ଥାନା ସମ୍ମୁଖରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ପୁରୀ ଉପ ଜିଲ୍ଲାପାଳ ଭବତାଚରଣ ସାହୁ ,ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ,ପୁରୀ ଜିଲ୍ଲା ମତ୍ସ୍ୟ ବିଭାଗ ଏ ଡି ଏ ଫ୍ ଓ ସୁଧାଂଶୁ ମଲ୍ଲିକ ଏବଂ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ମାନେ ଯୋଗ ଦେଇଥିଲେ ।ସେହିପରି ଜନଶୁଣାଣୀ ରେ ମତ୍ସ୍ୟଜିବୀ ନେତା ପ୍ରସନ୍ନ ବେହେରା ,କର୍ମଜୀବୀ ମତ୍ସ୍ୟଜୀବି ସଂଗଠନ ର ସଭାପତି ଅଧିକାରୀ ବେହେରା ,ନୂଆଗଡ ସରପଂଚ ଜିତେନ୍ଦ୍ର ସ୍ବାଇଁ ,ସମିତି ସଭ୍ୟ ରାମଚନ୍ଦ୍ର ନାୟକ ,ଅସ୍ତରଙ୍ଗ ପଞ୍ଚାୟତ ର ପୂର୍ବତନ ସମିତିସଭ୍ୟ ଦିବାକର ଛାଟୋଇ ,ବିଭିନ୍ନ ପଞ୍ଚାୟତ ର ଜନପ୍ରତିନିଧି, ବୁଦ୍ଧିଜିବୀ ଙ୍କ ସମେତ ବହୁ ମତ୍ସ୍ୟଜୀବି ଯୋଗ ଦେଇଥିଲେ ।ମାଛଧରା ବନ୍ଦର ର ନବୀକରଣ ପ୍ରସ୍ତାବକୁ ସମସ୍ତେ ସ୍ବାଗତ କରିଥିଲେ । ପ୍ରସ୍ତାବିତ ନବୀକରଣ ପ୍ରକଳ୍ପ ନିମନ୍ତେ ପ୍ରାୟ ୪୦.୩୯ ଏକର ଜମି ଆବଶ୍ୟକ ବୋଲି ଉପ ଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଥିଲେ। ଜନଶୁଣାଣି ରେ ପରିବେଶ ସୁରକ୍ଷା,ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ମାଛଧରା ବନ୍ଦର କାର୍ଯ୍ୟକ୍ଷମ ପରେ ସ୍ଥାନୀୟ ଲୋକଙ୍କୁ କର୍ମନିଯୁକ୍ତି ଦେବାକୁ ଅଧିକାରୀ ବେହେରା,ସରପଂଚ ଜିତେନ୍ଦ୍ର ସ୍ବାଇଁ ,ଦିବାକର ଛାଟୋଇ ଓ ମନୋଜ ବାରିକ ପ୍ରମୁଖ ଦାବି କରିଥିଲେ।ସୂଚନାଯୋଗ୍ୟ ଯେ, ଦେବୀ ମୁହାଣ ଠାରୁ ୪ କି.ମି ଦୂରରେ ଦେବୀ ନଦୀ ର ଡାହାଣ ପାର୍ଶ୍ଵରେ ମାଛଧରା ଜେଟି (ପୋତାଶ୍ରୟ ରହିଛି ) ।ଯାହାର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ୧୯୯୩-୯୪ ମସିହା ରେ ସମାପ୍ତ ହୋଇଥିଲା । ଏହି ଜେଟି ଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ।ତଥାପି ଏହି ବାଟ ଦେଇ ମତ୍ସ୍ୟଜିବୀ ଙ୍କ ବୋଟ, ଟ୍ରଲର ଚଳାଚଳ କରୁଛି । ଏଣୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ ଲାଗି ଦୀର୍ଘଦିନ ହେବ ଦାବି ହୋଇଆସୁଛି ।ଏହି ଶିବିର ରେ ଅସ୍ତରଙ୍ଗ ଓ ନୂଆଗଡ ସାମୁଦ୍ରିକ ଥାନା ଦାୟିତ୍ବରେ ଥିବା ଅଧିକାରୀ ପଞ୍ଚାନନ ପରିଡ଼ା ଓ ଥାନା କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ