ନୂଆଗାଁ ବ୍ରିଜ ଉପରେ ହାଇୱା ସହ ବାଇକ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର

ବେଲଗୁଣ୍ଠା, ( ଶିବରାମ ଚୌଧୁରୀ): ଦଣ୍ଡନାଚ ପାଇଁ ଶଶୁର ଘରକୁ ଯାଉଥିବା ବେଳେ ହାଇୱ। ଧକ୍କା ରେ ଯୁବକ ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ନିକଟ ନୂଆ ଗାଁ ବ୍ରିଜ ଉପରେ। ବିପରୀତ ପଟୁ ଆସୁଥିବା ଏକ ହାଇୱା ସହ ମୁହାଁମୁହିଁ ଧକ୍କା ହେବା ଫଳରେ ତାରସିଂ ଥାନା ବିଲୁଆପଡା ଗ୍ରାମର ମଦନ ନାଇକ (୨୮) ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ରେ ଭର୍ତ୍ତି କରିବା ସହ ଦୁର୍ଘଟଣା ଗ୍ରସ୍ତ ହାଇୱାକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ବିଲୁଆପଡା ଗ୍ରାମର ମଦନ ନିଜ ବାଇକରେ ଶଶୁର ଘର ବେଲଗୁଣ୍ଠାକୁ ଦଣ୍ଡନାଚ ପାଇଁ ଯାଉଥିଲେ। ଏହି ସମୟରେ ନୂଆଗାଁ ବ୍ରିଜ ଉପରେ ଏକ ହାଇୱା ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାର ଡାହାଣ ଗୋଡ଼ ସହ ୨ହାତ ଭାଙ୍ଗିଯାଇଥିବା ଜଣାପଡିଛି। ଏଥି ସହ ମୁହଁରେ ମଧ୍ୟ ଗଭୀର ଆଘାତ ଲାଗିଛି। ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ସ୍ଥାନାନ୍ତର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ