ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଠାରେ ସ୍ଵନିଧି ରୁ ସମୃଦ୍ଧି ସପ୍ତାହ ପାଳିତ ହୋଇଯାଇଅଛି

ନୂଆପଡା, (ଡୋଲେଶ୍ବର ବାଗ):ନୂଆପଡ଼ା ଜିଲ୍ଲା ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ସ୍ଵନିଧି ରୁ ସମୃଦ୍ଧି ସପ୍ତାହ ପାଳିତ ହୋଇଯାଇଅଛି। ଏହି ପକ୍ଷ ରେ ୧୮ ନଭେମ୍ବର ରୁ ୨ ଡିସେମ୍ବର ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସୁଫଳ ନେଇଥିବା ହିତାଧିକାରୀ ଙ୍କୁ ତାଙ୍କ ଲାଭ ସୁଫଳର କାହାଣୀ ଉଲ୍ଲେଖ କରିଥିଲେ । ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ରୁ ୩୮୪ ଜଣ ଲାଭାର୍ଥି ଙ୍କୁ ୧୦ ହଜାର, ୨୦ ହଜାର ଏବଂ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରି ଆତ୍ମ ନିର୍ଭଶୀଳ ହେବାକୁ ସୁଯୋଗ ଦେଇଅଛି। ଖରୀଆର ରୋଡ ଅଧ୍ୟକ୍ଷା ସୋନିଆ ଜୈନ, କାର୍ଯ୍ୟ ନିର୍ବାହୀ ଅଧିକାରୀ କାମଲାସନ୍ ରଥ,, ୱାର୍ଡ ସଦସ୍ୟ ସଦସ୍ୟା ସହ ଯୋଜନା ର ଲାଭାର୍ଥି ମାନେ ଯୋଗ ଦେଇଥିଲେ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ