ନୂଆପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଦୁର୍ନୀତି ନେଇ ଅନଶନରେ ସାମାଜିକ କର୍ମୀ
ଚିକିଟୀ, (ପୁଷ୍ପାଞ୍ଜଳି ମିଶ୍ର):ବ୍ଲକ ନୂଆପଡା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଦୁର୍ନୀତି ନେଇ ନୂଆପଡା ଗ୍ରାମର ସାମାଜିକ କର୍ମୀ ହୃଷିକେଶ ନାୟକ ବିଦ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି।
l ସେ ଗତ ନଭେମ୍ବର ଛଅ ତାରିଖରେ ବିଦ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ବସିବା ପାଇଁ ଚେତାବନୀ ଦେଇଥିଲେ l ନଭେମ୍ବର ପାଞ୍ଚ ତାରିଖ ସନ୍ଧ୍ୟା ରେ ଚିକିଟି ତହସିଲଦାର ବିଶ୍ୱରଂଜନ କହଁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପହଂଚି ପ୍ରଧାନ ଶିକ୍ଷକ ଏବଂ ଉକ୍ତ ଗ୍ରାମ ର କିଛି ମୁଖିଆଙ୍କ ସହ ମିଶି ଆଲୋଚନା କରି ପନ୍ଦର ଦିନ ମଧ୍ୟରେ ଅଭିଯୋଗ ଗୁଡିକର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଥିଲେ l ଏଣୁ , ସାମାଜିକ କର୍ମୀ ହୃଷିକେଶ ନାୟକ ଆମରଣ ଅନଶନ କୁ ସ୍ଥଗିତ କରିଥିଲେ l ପ୍ରତିଶୃତି ମିଳିବାର ଏକ ମାସ ବିତିଯାଇଥିଲେ ସୁଦ୍ଧା ଅବ୍ୟବସ୍ଥା ର କୌଣସି ତଦନ୍ତ ନହୋଇ କାର୍ଯାନୁଷ୍ଠାନ ହୋଇନଥିବା ଯୋଗୁଁ ପୁଣି ବିଦ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି l ବୁଧବାର ଅପରାହ୍ନ ରେ ଚିକିଟି ବି ଡ଼ି ଓ ଲକ୍ଷ୍ମଣ ସୁରେନ, ତହସିଲଦାର ବିଶ୍ୱରଂଜନ କହଁର , ଏ ବିଇ ଓ ନିଗମାନନ୍ଦ ପଣ୍ଡା ବିଦ୍ୟାଳୟ ରେ ପହଂଚି ସାମାଜିକ କର୍ମୀ ଙ୍କ ସହ ବିଭିନ୍ନ ଅବ୍ୟବସ୍ଥା ନେଇ ଆଲୋଚନା କରିବା ସହ ଏହାର ବିଧିବଦ୍ଧ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେବାପରେ ମଧ୍ୟ ନିଜ ଜିଦ ରେ ଅଟଳ ରହି ଧାରଣା ଦେଇ ଥିବା ଜଣା ପଡିଛି l


