ନୂଆପଦର ପଞ୍ଚାୟତ ସରପଞ୍ଚ ଅଯୋଗ୍ୟ ଘଟଣା ; ପୁନଃ ନିର୍ବାଚନ ପାଇଁ ନିର୍ବାଚନ କମିଶନରଙ୍କୁ ଦାବିପତ୍ର ପ୍ରଦାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ନୂଆପଦର ପଞ୍ଚାୟତରେ ପୂର୍ବରୁ ନିର୍ବାଚିତ ହୋଇଥିବା ସରପଞ୍ଚ ଲାଲୁ କହଁରଙ୍କ ନାମରେ ଗତ ଦିନରେ ହୋଇଥିବା ଅଭିଯୋଗ ପ୍ରକାରେ କନ୍ଧମାଳ ଜିଲାପାଳ ଏହାର ଶୁଣାଣି କରି ସରପଞ୍ଚ ୨ଟି ସନ୍ତାନରୁ ଅଧିକ ଥିବାର ପ୍ରମାଣିତ ହେବା ପରେ ଜିଲାପାଳ ସରପଞ୍ଚକୁ ଗତ ୨୦୧୯ ନଭେମ୍ବର ୮ ତାରିଖରେ ଅଯୋଗ୍ୟ ଘୋଷଣା କରିଥିଲେ। ସେହିଦିନଠାରୁ ଉକ୍ତ ସରପଞ୍ଚ ପଦବି ଖାଲିଥିବା ବେଳେ ବର୍ତ୍ତମାନ ଉକ୍ତ ପଞ୍ଚାୟତର ନାଏବ ସରପଞ୍ଚ ଉକ୍ତ ଦାୟିତ୍ୱ ତୁଲାଉଛନ୍ତି । ଏଭଳି ସ୍ଥଳେ ଉକ୍ତ ପଞ୍ଚାୟତରେ ପୁନଃ ସରପଞ୍ଚ ନିର୍ବାଚନ କରିବା ଦାବିକରି ଉକ୍ତ ପଞ୍ଚାୟତର ରଘୁପତି କହଁର, ଘାସିରାମ କହଁର, ମହେନ୍ଦ୍ର କୁମାର ମଲିକ, ବିଦ୍ୟାଧର କହଁର, ନିତୁ କହଁର, ପିତବାସ କହଁରଙ୍କ ଭଳି ବହୁ ବ୍ୟକ୍ତି ବିଶେଷ ଏକ ଦାବିପତ୍ର ରାଜ୍ୟ ନିର୍ବାଚନ କମିଶନରଙ୍କ ସମେତ କନ୍ଧମାଳ ଜିଲାପାଳଙ୍କୁ ପ୍ରଦାନ କରିବା ସହିତ ତୁରନ୍ତ ପଦକ୍ଷେପ ପାଇଁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ