ନୂଆପୋଖରୀ ଯଜ୍ଞ କମିଟି ପକ୍ଷରୁ ରକ୍ତଦାନ ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ନୂଆପୋଖରୀ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନୂଆପୋଖରୀ ଯଜ୍ଞ କମିଟି ଓ ସମ୍ବାଦ ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଭଣ୍ଡାରିପୋଖରୀ ଥାନା ଅଧିକାରୀ ତପନ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଉତ୍କଳକେଶରୀ ମହାନ୍ତି, ସରପଞ୍ଚ ରଞ୍ଜନ ପରିଡା, ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଭଦ୍ରକ ରକ୍ତ ଭଣ୍ଡାର ପକ୍ଷରୁ ସାଧୁସୂଦନ ବେହେରା, ରତିକାନ୍ତ ବଳ ଓ ପ୍ରକାଶ ବେହେରା ଯୋଗଦେଇ ୨୮ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଭଣ୍ଡାରିପୋଖରୀ ସମ୍ବାଦ ପ୍ରତିନିଧି ବିକାଶ ବେହେରା ଶିବିରକୁ ପରିଚାଳନା କରିଥିବା ବେଳେ ଯଜ୍ଞ କମିଟିର ସଭାପତି ପ୍ରଦୋସ ଜେନା, ସୁକାନ୍ତ ବିଶ୍ୱାଳ, ପାର୍ଥସାରଥୀ ଜେନା, ହେମନ୍ତ ବିଶ୍ୱାଳ, ପ୍ରୀତିକାନ୍ତ ବିଶ୍ୱାଳ, ବସନ୍ତ ବିଶ୍ୱାଳ, ସତ୍ୟରଞ୍ଜନ ବଳ, ରାମଚନ୍ଦ୍ର ଜେନା, ବିଜୟ ବିଶ୍ୱାଳ, ପାର୍ଥସାରଥୀ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।


