ଯମୁନା ସ୍ନାନରେ ଦୋଳ ମେଳଣ ଓ ସମ୍ବର୍ଦ୍ଧନା ଉତ୍ସବ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଦୋଳ ମେଳଣ କରାଯାଇଛି । ଚାନ୍ଦପୁରା ଗୋପୀନାଥ ଜୀୟୁ, ବାଲିସାହି, କୋକିଢିହ, ନାଉଗାଁ ବଜାର ଆଦି ସ୍ଥାନରେ ଦୋଳ ମେଳଣ କରାଯାଇଛି । ଏହି ଅବସରରେ ଗୁରୁବାର ପ୍ରାତଃ ସମୟରେ ବନ୍ଧମୁଣ୍ଡାସ୍ଥିତ ଯମୁନା ସ୍ନାନ ଦୋଳ ମେଳଣ କରାଯାଇଥିଲା । ଦୋଳ ମେଳଣ ପଡିଆକୁ ୧୪ଟି ଦୋଳ ବିଭିନ୍ନ ଗ୍ରାମରୁ ଆସି ଗୋବରୀ ନଦୀପଠାରେ ଏକତ୍ର ମେଳଣ ହୋଇଥିଲେ । ବିଭିନ୍ନ ଗ୍ରାମରୁ ଦୋଳମାନେ ରଙ୍ଗବେରଙ୍ଗର ଫୁଲ ଓ ଆଲୋକମାଳାରେ ସଜ୍ଜିତ ହେବା ସହ ବାଜାବାଣ ରୋଷଣୀ ସହ ଶୋଭାଯାତ୍ରା କରି ଏହି ମେଳଣ ସ୍ଥାନକୁ ଆସିଥିଲେ । ମେଳଣ ନିକଟରେ ସାରା ଦିନ ଭଜନ କିର୍ତନ କରାଯାଇଥିଲା । ସଂଧ୍ୟା ପୂର୍ବରୁ ସବୁ ଠାକୁରମାନେ ପଂକ୍ତି ଭୋଗ ଖାଇ ନିଜ ଗ୍ରାମକୁ ବାହୁଡି ଥିଲେ । ସବୁଠାରୁ କୌତୁହଳ ବିଷୟ ଏହି ମେଳଣକୁ କେହି କାହାରିକୁ ନିମନ୍ତ୍ରଣ କରି ନଥାନ୍ତି । କିନ୍ତୁ ଠାକୁରମାନେ ନିଜ ଖର୍ଚ୍ଚରେ ବାଜା, ବାଣ ରୋଷଣୀ କରି ଏଠାରେ ଏକତ୍ରିତ ହୋଇ ଭାଇଚାରା ଅନୁସାରେ ପୁଣି ଫେରିଥାନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ୟଙ୍ଗଷ୍ଟାର ୟୁଥ କ୍ଲବ ପକ୍ଷରୁ ଯମୁନା ସ୍ନାନ ଦୋଳମେଳନ ମହୋତ୍ସବ-୨୦୨୩ର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗୋଠଦା ମଠର ମଠାଧିଶ ଶ୍ରୀ ଶ୍ରୀ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ ଜୀୟୁ ଯୋଗ ଦେଇ ଅଂଚଳର ୪ଜଣ ବ୍ୟୟଜ୍ୟେଷ୍ଠ ନାମପ୍ରେମୀ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କ ସହିତ ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଡାକ୍ତର ଲାଲଟେନ୍ଦୁ ମହାପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବୈରାଗୀ ଚରଣ ସ୍ୱାଇଁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିଲୁରାମ ଜେନା, ଅବସରପ୍ରାପ୍ତ ଡାକ କର୍ମଚାରୀ ଶରତ କୁମାର ବିଶ୍ୱାଳ, ଶିକ୍ଷକ ସୁକାନ୍ତ କୁମାର ଲେଙ୍କା, ଶିକ୍ଷକ ରବିନ୍ଦ୍ରନାଥ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ବିଚିତ୍ରା କୁମାର ପଣ୍ଡା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ