ନୂଆବର୍ଷରେ ସବୁଜିମାର ବାର୍ତ୍ତା ଦେଲା ଶାନ୍ତିର କପୋତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୁୁରୁଣା ବର୍ଷକୁ ବିଦାୟ । ନୂଆବର୍ଷର ନୂଆ ସକାଳକୁ ନିଆରା ଢଙ୍ଗରେ ସ୍ୱାଗତ ଜଣାଇଛନ୍ତି ୮ ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ଶାନ୍ତନୁ ରଙ୍ଗ ଓ ତୂଳୀରେ ଶାନ୍ତିର କପୋତ ଆଙ୍କି ନୂତନବର୍ଷ ବିଶ୍ୱବାସୀଙ୍କ ପାଇଁ ସବୁଜିମାମୟ ହେଉ ଓ ବିଶ୍ୱରେ ଦେଖା ଦେଇଥିବା ଖାଦ୍ୟ ସଙ୍କଟ ଦୂର ହେଉ ଯାହାକୁ ନିଖୁଣ୍ ଭାବରେ ଚିତ୍ରରେ ଦର୍ଶାଇ ଏକ ନିଆରା ବାର୍ତ୍ତା ଦେଇଛନ୍ତି । ଜଳବାୟୁର ଜ୍ୱାଳାରୁ ମୁକ୍ତି ନିମନ୍ତେ ପ୍ରତ୍ୟେକ ମଣିଷ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ନୂଆ ବର୍ଷରେ ସଂକଳ୍ପ ନେବା ପାଇଁ ଶାନ୍ତନୁ ଏହି ପରିପ୍ରେକ୍ଷୀରେ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ, ଶାନ୍ତନୁ ଭୁବନେଶ୍ୱର ଭୀମଟାଙ୍ଗିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩ୟ ଶ୍ରେଣୀରେ ପାଠ ପଢୁଛନ୍ତି । ଶାନ୍ତନୁଙ୍କ ଏହି ଚିିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।


