ନୂଆବର୍ଷରେ ହଦଗଡ଼ ଓ ଗଡଚଣ୍ଡିରେ ପର୍ଯ୍ୟଟକଙ୍କ ଭିଡ ‌

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ଦୁଇଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହଦଗଡ ଓ ଗଡଚଣ୍ଡୀରେ ନୂଆବର୍ଷ ଉପଲକ୍ଷେ ୧୦ହଜାରରୁ ଉଦ୍ଧ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । । ନୁଆବର୍ଷ ପାଇଁ କେନ୍ଦୁଝର, ବାଲେଶ୍ଵର, ମୟୁରଭଞ୍ଜ, ଭଦ୍ରକ ଜିଲ୍ଲାର ମଧ୍ୟସ୍ଥଳରେ ଥିବା ହାଟଡିହି ବ୍ଲକର କର ଗଡଚଣ୍ଡୀ ଓ ହଦଗଡ ଆଜି ଲୋକାରଣ୍ୟ ହୋଇଉଠିଥିଲା । ପୁର୍ବରୁ କେବେ ଗୋଟିଏ ଦିନରେ ରେ ଏତେ ସଂଖ୍ୟକ ଭିଡ ହୋଇ ନଥିବାବେଳେ ଚଳିତବର୍ଷ ପର୍ଯ୍ୟଟକଙ୍କ ଭିଡରେ ପର୍ଯ୍ୟଟନସ୍ଥଳୀ ଦୁଇଟି ଲୋକାରଣ୍ୟ ହୋଇଉଠିଥିଲା । ହଜାର ହଜାର ଭକ୍ତ ମା ଗଡଚଣ୍ଡୀଙ୍କ ପାଖରେ ପୂଜାର୍ଚ୍ଚନା କାର୍ଜନା କରି ନବବର୍ଷକୁ ବିଶ୍ବାବାସୀଙ୍କ ପାଇଁ ଶୁଭକାମନା କରିବା ସହିତ ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରି ବଣଭୋଜି କରିଥିଲେ । ସେହିପରି ଆଜି ସକାଳୁ ସକାଳୁ ନୁଆବର୍ଷକୁ ସ୍ବାଗତ କରିବା ପାଇଁ ବହୁ ଦୂର ଦୁରାନ୍ତରୁ ହଜାର ହଜାର ପର୍ଯ୍ୟଟକ ହଦଗଡ଼କୁ ଛୁଟି ଆସିଥିଲେ। ଡିଜେ ସାଉଣ୍ଡର ତାଳେ ତାଳେ ନୃତ୍ୟଗୀତରେ ମସଗୁଲ ହୋଇଉଠିଥିଲେ। ଦ୍ୟାମ ନିକଟରୁ ନଦୀ କୂଳେ କୂଳେ ଭୋଜିଭାତର ଆସର ଜମିଥିବା ଦେଖିବାକୁ ମିଳିଥିଲା। ପର୍ଯଟନ ସ୍ଥଳୀ ଦୁଇଟିରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସୋସୋ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିବାବେଳେ ଗଡଚଣ୍ଡୀ ପୀଠରେ ଗଡଚଣ୍ଡୀ ଯୁବ ପରିଷଦ ପକ୍ଷରୁ ଓ ହଦଗଡ଼ ଠାରେ ଯୁବକ ସଂଘ ସଦସ୍ୟ ମାନଙ୍କ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯିବା ଦେଖିବାକୁ ମିଳିଥିଲା। ସେହିପରି ନିକଟସୁ ଚକତୀର୍ଥରେ ମଧ୍ୟ ହଜାର ହଜାର ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟର ପରିଯୁକ୍ତ ବନରାଜିରକୁ ସ୍ଵାଗତ ଜଣାଇବା ସହିତ ବଣଭୋଜି ର ମଜା ଉଠାଉଥିବା ଦେଖିବାକୁ ମିଳିଥିଲା।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ