ନୂଆ ଉର୍ଜାର ସନ୍ଧାନ ପାଇଁ ଦେଲେ ଆହ୍ୱାନ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ କାର ଉଦ୍ୟୋଗୀ ସଂସ୍ଥା ଟୋୟୋଟା ଦ୍ୱାରା ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ କାରରେ ବୁଲିବାର ଅନୁଭବ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ନୂଆ ଉର୍ଜାର ସନ୍ଧାନ ପାଇଁ ଆହ୍ୱାନ ଦେବା ସହ ନୂଆ ଉର୍ଜା ଯୁଗରେ ହାଇଡ୍ରୋକାର୍ବନ ବିଶୁଦ୍ଧ ଇନ୍ଧନ ବୋଲି କହିଛନ୍ତି । ଏ ସମ୍ପର୍କରେ ଟ୍ୱିଟରେ ଉଲ୍ଲେଖ କରିଛନ୍ତ ିଯେ ଦ୍ରୁତ ଗତିରେ ବଢୁଥିବା ଉର୍ଜା ଦୃଶ୍ୟପଟ୍ଟରେ ହାଇଡ୍ରୋଜେନ୍ ପରିବେଶ ସହଯୋଗୀ ଏବଂ ପରିବହନ କ୍ଷେତ୍ରରେ ସବୁଜ ଇନ୍ଧନଯୁକ୍ତ । ପ୍ରଦୂଷଣ ନୁହେଁ, ପାଣି କେବଳ ଏହି ନୂଆ ଇନ୍ଧନର ବର୍ଜ୍ୟ । ବାୟୋମାସ, ନବୀକରଣ ଉର୍ଜା, ଏଲଏନଜି ସମେତ ବିଭିନ୍ନ ସ୍ରୋତରୁ ହାଇଡ୍ରୋଜେନ ଉତ୍ପାଦନ କରାଯାଇପାରିବ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ସଂରକ୍ଷଣ ମଧ୍ୟ କରାଯାଇପାରିବ । ଏହି କାରର ନିର୍ମାଣରେ ଅଧିକ ଟଙ୍କା ଖର୍ଚ୍ଚ ହେଉଛି, ତଥାପି ଏହାକୁ ନୂଆ ଟେକ୍ନୋଲୋଜି ମାଧ୍ୟମରେ ଜନତାଙ୍କୁ ସୁହାଇଲା ଭଳି ଶସ୍ତାରେ ନିର୍ମାଣ କରିବାର ଆବଶ୍ୟକତା ରହିଛି । ସେ ଆହୁରି କହିଛନ୍ତି ଯେ ଭାରତ ଉର୍ଜା ସଂକ୍ରମଣ ଦେଇ ଗତି କରୁଛି ଏବଂ ବିଶ୍ୱ ଉର୍ଜା ସଂକ୍ରମଣକୁ ବହୁଳ ଭାବରେ ପ୍ରଭାବିତ କରୁଛ ିା ସରକାର ଉର୍ଜା ସଂକ୍ରମଣର ସ୍ଥାୟୀ ଏବଂ ଦାୟିତ୍ୱସମ୍ପନ୍ନ ମଡେଲ ବନାଇବା ପାଇଁଁ ନୂଆ ରାସ୍ତାର ସନ୍ଧାନରେ ଅଛନ୍ତି । ଆଗାମୀ ଦିନରେ ପରିବେଶକୁ ସ୍ୱଚ୍ଛ କରିବା ଦିଗରେ ମଧ୍ୟ ଏହି ଇନ୍ଧନର ବଡ ଭୂମିକା ରହିବ । ହାଇଡ୍ରୋଜେନ ଟେକ୍ନୋଲୋଜି ଉପରେ ସମସ୍ତଙ୍କ ଅବଗତ ନିମନ୍ତେ ଏକ କର୍ମଶାଳା ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ ।

ଟୋୟୋଟା ଦ୍ୱାରା ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ କାର
ଟୋୟୋଟା ଦ୍ୱାରା ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ କାର
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ