ନୂଆ-ଓ ଯୁବ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୧ମାସ ଧରି ଚାଲିଥିବା ଯୁବ ଓଡିଶା- ନବୀନ ଓଡିଶା ତଥା ନୂଆ-ଓ ଯୁବ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବହୁମୁଖୀ ଯୁବ ପ୍ରତିଭା ବିକାଶରେ ସାଂସ୍କୃତିକ, କ୍ରୀଡା ଓ ସମାଜସେବା ଆଦି ୩ଟି ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ଅଧ୍ୟକ୍ଷ ସୁଜିତ କୁମାର ପାଢିଙ୍କ ସଂଯୋଜନାରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ ମଦନ ମୋହନ ସେଠି, ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧର, କୁକୁଡାଖଣ୍ଡି ବିଇଓ ସନ୍ତୋଷ କୁମାର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ମହନ୍ତ ହରିହର ଦାଶ ପ୍ରମୁଖ ମଞ୍ଚାସିନ ଥିଲେ । ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ସମନ୍ନିତ ଯୁବ ବିକାଶ କାର୍ଯ୍ୟକ୍ରମ ଜରିଆରେ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଅଧ୍ୟୟନରତ ଶିକ୍ଷାର୍ଥୀଙ୍କ ଲକ୍କାୟିତ ପ୍ରତିଭା ବିକଶିତ କରାଇବା ଲକ୍ଷ୍ୟରେ ଏକ ନୂତନ ପରିକଳ୍ପନା ଆରମ୍ଭ ହୋଇପାିଛି ବୋଲି  ମଞ୍ଚାସିନ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କ୍ରୀଡା ଶିକ୍ଷକ ବିଭୂତି ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ