ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ଯୋଗଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ବୁଧବାର ପିତାମ୍ବର ସାମଲ ଯୋଗଦେଇଛନ୍ତି । ସେ ପୂର୍ବରୁ ଭଦ୍ରକର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ଶ୍ରୀ ସାମଲ ଢେଙ୍କାନାଳ ଜିଲ୍ଲାର ସଦର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଗତ ୨୦୧୪ମସିହାରୁ ୨୦୧୬ ପର୍ଯ୍ୟନ୍ତ ସେ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ବିଡିଓ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । କେନ୍ଦ୍ରାପଡାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅବସର ଗ୍ରହଣ ପରେ ସେହି ପଦଟି ଖାଲି ପଡିଥିଲା । ଶ୍ରୀ ସାମଲ ଯୋଗଦେବା ପରେ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଶ୍ରୀ ସାମଲଙ୍କୁ ସ୍ୱାଗତ କରିଥିଲେ ।