ନୂତନ ଆଇ.ଆଇ.ସି ଙ୍କ ଦାଇତ୍ୱ ଗ୍ରହଣ
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ତିନି ବର୍ଷରୁ ଅଧିକ ସମୟ କାଶୀନଗର ଥାନାର ଆଇ.ଆଇ.ସି ପଦବୀରେ ରହିବା ପରେ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନାକୁ ବଦଳି ହୋଇଛନ୍ତି | ସେ ପୋଲିସକୁ ଜନସାଧାରଣ ନିକଟବର୍ତୀ କରିବା ପାଇଁ ଶେଷ ପର୍ଯ୍ୟନ୍ତ କାମ କରିଥିଲେ | ଶ୍ରୀ ପାତ୍ରଙ୍କ ସ୍ଥାନରେ ୬ ତାରିଖ ପୂର୍ବାହ୍ନରେ ସୁଶାନ୍ତ ସାହୁ କାଶୀନଗର ଥାନାର ନୂଆ ଆଇ.ଆଇ.ସି ଭାବରେ ଯୋଗ ଦାନ କରିଛନ୍ତି | ଶ୍ରୀ ସାହୁ ଏହା ପୂର୍ବରୁ ଗାରବନ୍ଧ ଥାନାରେ ଆଇ.ଆଇ.ସି ଭାବେ କାର୍ଯ୍ୟ କରିଥିଲେ | ଥାନା ତରଫରୁ ପୁରାତନ ଆଇ.ଆଇ.ସି ଙ୍କୁ ସମ୍ବର୍ଧନା ଦିଆଯାଇଥିବା ବେଳେ ନବାଗତ ଆଇ.ଆଇ.ସି ଙ୍କୁ ସ୍ୱାଗତ କରାଯାଇଛି | ନୂଆ ଆଇ.ଆଇ.ସି ଜନସାଧାରଙ୍କ ଅଧିକ ନିକଟବର୍ତ୍ତୀ ହୋଇ ସମାଜର ବୃହତ୍ତର କଲ୍ୟାଣ ଦିଗରେ କାର୍ଯ୍ୟ କରିବେ ବୋଲି ବୁଦ୍ଧିଜୀବୀ ଓ କାଶୀନଗର ପ୍ରେସ କ୍ଲବ ତରଫରୁ ଆଶା ପ୍ରକାଶ କରାଯାଇଛି |