ନୂତନ ଖଣି ଲିଜ୍‌ଧାରୀଙ୍କ ସହ ଯୁଗ୍ମ ଖଣି ନିର୍ଦ୍ଦେଶକଙ୍କ ବୈଠକ

ଯୋଡ଼ା (ଯୁଗାଦ୍ଦ) ଖଣି ମଣ୍ଡଳର ବିଭିନ୍ନ ଖଣି କୁ ନିଲାମ ପ୍ରକ୍ରିୟାରେ ହାତେଇଥିବା ନୂତନ ଖଣି ଲିଜଧାରୀ ମାନଙ୍କ ସହ ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶକଙ୍କ ଗୁରୁବାର ପୂର୍ବାହ୍ନରେ ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଷ୍ଠିତ ଏହି ବୈଠକରେ ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶକ ସଲିଲ କୁମାର ବେହେରା ଯୋଡା ଖଣି ମଣ୍ଡଳରେ ନୂତନ ୮ଟି ଖଣି ଲିଜଧାରୀଙ୍କ ପ୍ରତିନିଧିମାନଙ୍କ ସହ ଆସନ୍ତା ତା ୦୧/୦୪/୨୦୨୦ ରିଖରେ ଖଣି କାର୍ଯ୍ୟ ଆରମ୍ଭ ନେଇ ବିଭିନ୍ନ ବୈଧାନିକ ଅନୁମୋଦନ, ଲେଟର ଅଫ୍ ଇନ୍ଟେଣ୍ଡ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମ୍ବନ୍ଧରେ ଆଲୋଚନା କରିଥିଲେ । ମାତ୍ର ପୂର୍ବରୁ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କର ପୁନଃ ନିଯୁକ୍ତି ଓ ଥଇଥାନ ନେଇ ଏହି ବୈଠକରେ କୌଣସି ଆଲୋଚନା କରାଯାଇନଥିଲା । ଏହି ବୈଠକରେ ଜେଏସଡବ୍ଲୁ, ଆର୍ସେଲର ମିତଲ, ଅଗ୍ରସନ ସ୍ପଞ୍ଜ, ଜଗତଜନନୀ , ଶ୍ୟାମ୍ ଓରସ୍ , ନର୍ଭେରାମ୍ ପାଓାର ଆଣ୍ଡ ସ୍ପଞ୍ଜ ଲିମିଟେଡ୍‌, କାଶ୍‌ଭି ଇନ୍ଟରନେସେନାଲ୍ ଓ ଦେବବ୍ରତ ବେହେରା ପ୍ରମୁଖ ନୂତନ ଖଣି ଲିଜଧାରୀଙ୍କ ପ୍ରତିନିଧି ଓ ଅନ୍ୟ ଖଣି ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ