ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପୋଲସରା,(ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରଥମ ବର୍ଷରେ ପ୍ରବେଶ କରିଥିବା ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କାରାଯାଇଛି। ସ୍ୱାଗତ ସମ୍ବର୍ଦ୍ଧନା ସଭାରେ କଲେଜର ପ୍ରିନ୍ସପାଲ ରବିନ୍ଦ୍ର ନାଥ ପାଳ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦର୍ଶନ ବିଭାଗ ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଅଂଶ ଗ୍ରହଣ କରି ଶୃଙ୍ଖଳିତ ଜୀବନ ସମସ୍ତ କାର୍ଯ୍ୟରେ ସଫଳତା ଆଣିପାରିବ ବୋଲି ଛାତ୍ରଛାତ୍ରୀ ବୃନ୍ଦଙ୍କ ଦିଗଦର୍ଶନ ଦେଇଥିଲେ । ଶିକ୍ଷା ବିଭାଗୀର ମୁଖ୍ୟ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ ବିଭାଗର ନୀତି ନିୟମ ବିଷୟରେ ପ୍ରକାଶ କରିବା ସହ ନିୟମିତ ଶ୍ରେଣୀରେ ଉପସ୍ଥିତ ରହି ଶିକ୍ଷାଦାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ଶିକ୍ଷା ବିଭାଗର ତୃତୀୟ ବର୍ଷ ଓ ଦ୍ଵିତୀୟ ବର୍ଷର ଛାତ୍ରଛତ୍ରୀ ବୃନ୍ଦ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀମାନେ ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ