ନୂତନ ଦେବସ୍ନାନ ମଣ୍ଡପ ନିର୍ମାଣ ପାଇଁ ଭୂମିପୂଜା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଠାରେ ନିର୍ମାଣ ହେଉଥିବା ନୂତନ ଜଗନ୍ନାଥ ମନ୍ଦିର ପରିସରରେ ନୂତନ ଦେବସ୍ନାନ ମଣ୍ଡପ ନିର୍ମାଣ ପାଇଁ ଭୂମିପୂଜା କରାଯାଇଛି । ରବିବାର ମଧ୍ୟାହ୍ନ ସମୟରେ ରାଜପୁରେହିତ କାମଦେବ ପାଢୀଙ୍କ ପୌରହିତରେ ଭୂମିପୂଜା ଅନୁଷ୍ଠିତ ହୋଇଥିଲା । ସୂଚନା ଯୋଗ୍ୟ ଯେ, ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପରିପ୍ରେକ୍ଷୀରେ ପୁରାତନ ଦେବସ୍ନାନ ମଣ୍ଡପକୁ ଉଚ୍ଛେଦ ହୋଇଥିଲା । ବର୍ତ୍ତମାନ ନୂତନ ଜଗନ୍ନାଥ ମନ୍ଦିର କାମ ଜୋର୍‌ସୋର୍‌ରେ ଚାଲୁ ରହିଛି । ମନ୍ଦିରର ପ୍ଲାନିଂ ଅନୁଯାୟୀ ଦେବସ୍ନାନ ମଣ୍ଡପକୁ ଏହାର ପାଶ୍ୱର୍ରେ ସ୍ଥାପନ କରାଯିବ । ଏହି ପୂଜାକାର୍ଯ୍ୟକ୍ରମରେ ମନ୍ଦିର ନିର୍ମାଣ ପାଇଁ ଫାଉଣ୍ଡେସନ କାର୍ଯ୍ୟ ଆରମ୍ଭ କରିଥିବା ତ୍ରିନାଥ ପାଣିଗ୍ରାହୀଙ୍କ ସମେତ ତାଙ୍କ ପୁଅ ଦୁର୍ଗାମାଧବ ପାଣିଗ୍ରାହୀ ଏବଂ ତାଙ୍କ ପରିବାରର ଉପସ୍ଥିତିରେ ପୂଜାପାଠ କରାଯାଇ ଭୂମିପୂଜା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିରର ବହୁ ପୂଜକଙ୍କ ସମେତ ନୂତନ ଜଗନ୍ନାଥ ନିର୍ମାଣ କରୁଥିବା ଇଂ. ବିଜୟ କୁମା ରଥ, ମନ୍ଦିର କାରିଗର କୀର୍ତ୍ତନ ମହାରଣା, ରମଚନ୍ଦ୍ର ପଣ୍ଡା, ହର ପ୍ରସାଦ ପାଢୀ, ସୁଦ୍ଧିରଂଜନ ମହାପାତ୍ର, ସୁଜିତ କୁମାର ଦାସ, ରାଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ