ନୂତନ ପ୍ରୋବେସନାରୀ ଅଧିକାରୀଙ୍କ ଗ୍ରାମ୍ୟ ଇମାରସନ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ୟୁନିୟନ ବ୍ୟାଙ୍କ ଦ୍ୱାରା ପରିଚାଳିତ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ୟୁନିୟନ ବ୍ୟାଙ୍କର ନବ ନିଯୁକ୍ତ ପ୍ରୋବେଶନାରୀ ଅଧିକାରୀମାନଙ୍କର ପାଞ୍ଚ ଦିନିଆ ଗ୍ରାମ୍ୟ ଇମାରସନ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହିକାର୍ଯ୍ୟକ୍ରମ ଗତ ୧୩.୧୨.୨୦୨୧ ଠାରୁ ଆରମ୍ଭ ହୋଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ ଆସାମ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଛତିଶଗଡ, ଓଡିଶା ଏବଂ ଆନ୍ଧ୍ର ପ୍ରଦେଶରୁ ୧୭ ଜଣ ପୁରୁଷ ଓ ୯ ଜଣ ମହିଳା ଅଧିକାରୀ ଯୋଗ ଦେଇଥିଲେ । ଉଦ୍‌ଯାପନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ୱ କରିଥିଲେ । ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମଶେଖର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଅଧିକାରୀମାନେ ସର୍ଭେ କରିଥିବା ୪ଟି ଗ୍ରାମ ଯଥା ସାଇଲଡା, ନୀଳକଣ୍ଠପୁର, ଗଣ୍ଡାହତୀ ଏବଂ ଯାଜପୁରର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ତାହାର ସମାଧାରନର ସୂତ୍ରର ସମ୍ପର୍କରେ ବୁଝାଇଥିଲେ । ଏହା ସହ ଅଧିକାରୀମାନେ କିପରି ସଫଳ ବ୍ୟାଙ୍କ ପ୍ରବନ୍ଧକ ହୋଇପାରିବେ ସେ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ କିଶୋର ଚନ୍ଦ୍ର ନାଇକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଆର୍‌ସେଟି ଅନୁଷ୍ଠାନ ପକ୍ଷରୁ ଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ