ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟେ।ଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢୀଙ୍କ ପଦୋନ୍ନତି ଭିତ୍ତିରେ ବଦଳି ପରେ ଉକ୍ତ ପଦବୀଟି ଅନେକ ଦିନ ହେବ ଖାଲି ପଡିଥିଲା । ବନ୍ତ ବ୍ଲକ ଶିକ୍ଷାଧିକାରୀ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ କରୁଥିଲେ ସୁଦ୍ଧା ଗୁରୁତ୍ୱଦୃଷ୍ଟିରୁ ନୂତନ ଶିକ୍ଷାଧିକାରୀ ନିଯୁକ୍ତି ପାଇଁ ବୃଦ୍ଧିଜୀବି ମହଲରେ ଦାବି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶ୍ରୀମତୀ ମଞ୍ଜୁବାଳା ନାୟକଙ୍କୁ ଭଣ୍ଡାରିପୋଖରୀ ବ୍ଲକର ନୂତନ ଶିକ୍ଷାଧିକାରୀ ଭାବେ ନିଯୁକ୍ତ ଦିଆଯାଇଛି । ନବନିଯୁକ୍ତ ଶିକ୍ଷାଧିକାରିଣୀଙ୍କୁ ଆଜି ଆଖୁଆପଦା ସରକାରୀ ଉ.ପ୍ରା. ବିଦ୍ୟାଳୟ ପକ୍ଷରୁ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ଧଳ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । କାର୍ଯ୍ୟକ୍ରମରେ ଶିକ୍ଷାସଂଯୋଜକ ପୁଷ୍ପକ ଚନ୍ଦ୍ର ଭାରତୀ, ବରିଷ୍ଠ ଶିକ୍ଷକ ବିଭୂତିଭୂଷଣ ମହାନ୍ତି, ଧନେଶ୍ୱର ସାହୁ, ଗାୟତ୍ରୀ ସାହୁ, ମଧୁସ୍ମିତା ପରିଡା, ନରେନ୍ଦ୍ର କୁମାର ସେଠୀ, ସୁଜାତା ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷାଧିକାରିଣୀ ଶ୍ରୀମତୀ ନାୟକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଉଚ୍ଚ ମାର୍ଗଦର୍ଶନ ଦେଇଥିଲେ ।