ନୂତନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କଲେ ଦିପ୍ତିମୟୀ ସାହୁ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟରେ ନୂତନ ବିଚାରପତି ଭାବେ ଦିପ୍ତିମୟୀ ସାହୁ ଗୁରୁବାର ଯୋଗ ଦେଇଛନ୍ତି । ବିଚାରପତି ଶ୍ରୀମତୀ ସାହୁ ପୂର୍ବରୁ ସମ୍ବଲପୁର ଜେଏମଏଫସି କୋର୍ଟରେ କାର୍ଯ୍ୟରତ ଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ଓକିଲ ସଂଘ ପକ୍ଷରୁ ନୂତନ ବିଚାରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓକିଲ ସଂଘ ସଭାକକ୍ଷ ପ୍ରକୋଷ୍ଠରେ ସଂଘ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଆଇନଜୀବୀ ନିର୍ମଳ ସାହୁ, ସମ୍ପାଦକ ସୁଶାନ୍ତ ପାଣିଗ୍ରାହୀ, ଉପସଭାପତି ଉପେନ୍ଦ୍ର ପଣ୍ଡା, ଯୁଗ୍ମ ସମ୍ପାଦକ ବଂଶୀଧର ସାହୁ ସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ମୁକ୍ତିରାମ ସାବତ, ନୃସିଂହ ପ୍ରସାଦ ପଟ୍ଟନାୟକ, ରାମଚନ୍ଦ୍ର ମହାପାତ୍ର, ଜଗତ ମୋହନ ସାହୁ, , ମାନସ ରଞ୍ଜନ ପାଢୀ, ନିରଞ୍ଜନ ସାହୁ ପ୍ରମୋଦ କୁମାର ଦଳାଇ, ସାନ୍ତୁନ ପୋଲାଇ, ଜିତେନ୍ ପ୍ରହରାଜ, ଭୁବନେଶ୍ୱର ନାୟକ, ମହେନ୍ଦ୍ର ପାତ୍ର, ଚିତ୍ତରଞ୍ଜନ ମହାରଣା, ଟୁନା ସେଠି କୈଳାଶ ସାହୁ ଲୋକନାଥ ସାହୁ ଶିବରାମ ପଣ୍ଡାଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ । ଅନୁରୂପ ଭାବେ କୋର୍ଟ କର୍ମଚାରୀ ମାନେ ନୂତନ ବିଚାରପତି ଶ୍ରୀମତୀ ସାହୁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ