ନୂତନ ବ୍ଲକ ଶିକ୍ଷାଧିକାରୀଙ୍କ ଦାୟୀତ୍ୱ ଗ୍ରହଣ
ବନ୍ତ (ଚାନ୍ଦିନୀ ମହାନ୍ତି) : ସୋମବାର ବନ୍ତ ବ୍ଲକର ନୂତନ ଶିକ୍ଷାଧିକାରୀ ଭାବେ କୈଳାସ ଚନ୍ଦ୍ର ଜେନା ଦାୟୀତ୍ୱ ଗ୍ରହଣ କରିଛନ୍ତି । ସେ ଘଣ୍ଟେଶ୍ୱରସ୍ଥିତ ଏସ୍.ସି.ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ବନ୍ତ ବ୍ଲକର ଅତିରିକ୍ତ ଦାୟୀତ୍ୱ ନେଇଛନ୍ତି । ପୂର୍ବରୁ ବାସନ୍ତୀ କୁମାରୀ ମିଶ୍ର ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ଏପ୍ରିଲ୍ ୩୦ ତାରିଖରେ ଚାକିରୀରୁ ଅବସର ନେଇଥିଲେ । ସେହିିଦିନ ଠାରୁ ଗୋଷ୍ଠୀ ସାଧନ ସଂଯୋଜକ ରବି ନାରାୟଣ ପରିଡା ବ୍ଲକ ଶିକ୍ଷାଧିକାରୀ ଦାୟୀତ୍ୱରେ ଥିଲେ । ଶ୍ରୀ ଜେନା ନୂତନ ଭାବେ ଶ୍ରୀ ପରିଡାଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଆଜି ଶ୍ରୀ ଜେନା ନୂତନ ଦାୟୀତ୍ୱ ଭାର ଗ୍ରହଣ କରିବା ପରେ କାର୍ଯ୍ୟାଳୟର କର୍ମଚାରୀ ଓ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।