ନୂତନ ଯୋଗାଣ ଅଧିକାରୀଙ୍କ ଯୋଗଦାନ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡାରେ ନୂତନ ବେଷାମରିକ ଯୋଗାଣ ଅଧିକାରୀ ଭାବେ ପ୍ରଶାନ୍ତ କୁମାର ଗନ୍ତାୟତ ଆଜି ଯୋଗଦେଇଛନ୍ତି । ଏଠାରେ ସେହି ପଦବୀରେ ଥିବା ରଜନୀକାନ୍ତ ଦାସଙ୍କର ପଦୋନ୍ନତି ହୋଇ ବରଗଡ ଜିଲ୍ଲାର ମୁଖ୍ୟ ବେଷାମରିକ ଯୋଗାଣ ଅଧିକାରୀ ଭାବେ ବଦଳି ହୋଇଛି । ପୂର୍ବତନ ବେଷାମରିକ ଯୋଗାଣ ଅଧିକାରୀ ଶ୍ରୀ ଦାସଙ୍କୁ ତାଙ୍କର ବଦଳି ହୋଇଥିବା ନୂତନ ସ୍ଥାନରେ ଯୋଗଦେବାକୁ ଜିଲ୍ଲାପାଳ ଭାରମୁକ୍ତ କରିଦେଇଥିବା ଜଣାପଡିଛି । ସେହିପରି ଏଠାରେ ଥିବା ଅତିରିକ୍ତ ବେଷାମରିକ ଯୋଗାଣ ଅଧିକାରୀ ଭବାନୀ ପ୍ରସାଦ ଦାଶଙ୍କର ବେଷାମରିକ ଯୋଗାଣ ଅଧିକାରୀ ଭାବେ ପଦୋନ୍ନତି ହୋଇ କନ୍ଧମାଳ ଜିଲ୍ଲାକୁ ବଦଳି ହୋଇଥିବାରୁ ଜିଲ୍ଲାପାଳ ତାଙ୍କୁ ଏଠାରୁ ଭାରମୁକ୍ତ କରି ନୂତନ ସ୍ଥାନରେ ଯୋଗଦେବାକୁ ନିର୍ଦେଶ ଦେଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ମାର୍କେଟିଂ ଇନିସପେକ୍ଟର ମଧୁସ୍ମିତା ଜେଠୀଙ୍କୁ ସମସ୍ତ ଦାୟୀତ୍ୱ ହସ୍ତାନ୍ତର କରିବାକୁ ଏ.ସି.ଏସ.ଓ.ଶ୍ରୀ ଦାଶଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।


