ନୂତନ ଶିକ୍ଷାନୀତି ସମ୍ପର୍କୀୟ ଆଲୋଚନା ଚକ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶିକ୍ଷା ବିକାଶ ପରିଷଦ, ଓଡ଼ିଶା ତରଫରୁ ରବିବାର ଦିନ ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନରେ ଜାତୀୟ ଶିକ୍ଷାନୀତି ସମ୍ପର୍କୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ସଭାପତି ଡଃ ସଦାନନ୍ଦ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀଜିଲ୍ଲା ଡ଼ିଆଇଟିର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପରିଡ଼ା ଯୋଗଦେଇ ଜାତୀୟ ଶିକ୍ଷାନୀତିରେ ସନ୍ନ୍‌ିବେଶିତ ବିଭିନ୍ନ ବିନ୍ଦୁ ସମ୍ପର୍କରେ ସୂଚନା ଦେଇ ଏହା ଏକ ବୈପ୍ଲବିକ ସିଦ୍ଧାନ୍ତ ବୋଲି ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପୁରୀଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀମତୀ ମମତା ମିଶ୍ର ଓଡ଼ିଶା ସରକାର ଜାତୀୟ ଶିକ୍ଷାନୀତି ଆଧାରରେ ନେଇଥିବା ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ । ସଭାପତି ଡ. ଦୀକ୍ଷିତ ଦେଶର ଶିକ୍ଷା ବ୍ୟବସ୍ଥାରେ ବେସରକାରୀ ଶିକ୍ଷାନୁଷ୍ଠାନର ମାତ୍ରାଧିକ ଭାଗିଦାରୀ ସତ୍ତ୍ୱେ ସରକାର ଅଣଦେଖା କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର ଶିକ୍ଷା ବିକାଶ ପରିଷଦର ସଫଳତାକୁ ପ୍ରଶଂସା କରି ନୂତନ ଶିକ୍ଷାନୀତି ଅନୁସାରେ ଶିକ୍ଷା ପରିଚାଳନାକୁ ସଜାଡ଼ିବା ପାଇଁ ପରାମର୍ଶ ଦେଇଥିଲେ ।ପ୍ରାରମ୍ଭରେ ପରିଷଦର ସମ୍ପାଦକ ସୁରେଶ ଚନ୍ଦ୍ର ସାମନ୍ତରାୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପରେ ମନୋରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଷଦ ପକ୍ଷରୁ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶ୍ରୀମତୀ କଳ୍ପନା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ