ନୂତନ ଶିଳ୍ପ ପ୍ରତିଷ୍ଠା କରି ୬ ଶହ ଜଣଙ୍କୁ ନିଯୁକ୍ତିର ସୁଯୋଗ ଦେବାକୁ ଯାଉଥିବା ଡ଼. ତିରୁପତି ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାଧୁବାଦ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ନୂଆଦିଲ୍ଲୀ ଠାରେ ଆରମ୍ଭ ହୋଇଥିବା ଓଡିଶା ପାଇଁ ନୂଆ ଆଶା ଓ ଉଦ୍ୟୋଗୀପତି ମାନଙ୍କର ସମ୍ମିଳନୀ ଉତ୍କର୍ଷ – ୨୦୨୪ ମହାସମାରୋହରେ ଗଜପତି ଜିଲ୍ଲା ପାଇଁ ନୂତନ ଆଶା ଓ ୬ ଶହ ଜଣଙ୍କୁ ନିଯୁକ୍ତି ଦେବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଗଜପତିରେ ପ୍ରତିଷ୍ଠା ହେବାକୁ ଯାଉଛି. ଏଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଥିବା ଗଜପତିର ସନ୍ତାନ ଡ଼. ତିରୁପତି ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି. ଏହି ଅବସରରେ ସାରା ଭାରତ ବର୍ଷରୁ ଅନେକ ଉଦ୍ୟୋଗୀପତିମାନେ ଓଡିଶା ପାଇଁ କାର୍ଯ୍ୟ କରିବା ପାଇଁ ହାତ ବଢାଇଥିବାବେଳେ ଗଜପତି ଜିଲ୍ଲା ପାଇଁ ଗଜପତି ମାଟିର ସୁଯୋଗ୍ୟ ସନ୍ତାନ ଡ. ତିରୁପତି ପାଣିଗ୍ରାହୀ ଆନ୍ଧ୍ର ପ୍ରଦେଶ ଏବଂ ପଡୋଶୀ ରାଜ୍ୟର ଉଦ୍ୟୋଗୀପତି ମାନଙ୍କୁ ଗଜପତି ପ୍ରତି ଆକର୍ଷିତ କରିଛନ୍ତି । “ ପବନ ଭାରତ ସରଗଦମ ଆଲୁମିନିୟମ ଇଣ୍ଡଷ୍ଟ୍ରି” ଗଜପତି ଜିଲ୍ଲାରେ ପ୍ରତିଷ୍ଠା କରି ଜିଲ୍ଲାର ଆର୍ଥିକ ମାନଦଣ୍ଡର୍ ଦଣ୍ଡକୁ ସୁଦୃଢ କରିବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିବାବେଳେ ପବନ ନାଇଡୁ ସେମିକଣ୍ଡକ୍ଟର ବାଇୱଡାଇଭରସିଟି ଦ୍ୱାରା ୪୦୦ ରୁ ୬୦୦ ଗଜପତି ଜିଲ୍ଲାରେ ନିଯୁକ୍ତି ସୃଷ୍ଟି କରି ବେବୋଲି ପ୍ରତିଶୃତି ଦେଇଥିବାବେଳେ, ଏଭଳି ଏକ ନୂଆ ଆଶାର ସଂଚାର କରି ଗଜପତି ଜିଲ୍ଲା ବାସୀଙ୍କୁ ପୂର୍ବରୁ କଥା ରଖିଛନ୍ତି ଡ. ତିରୁପତି ପାଣିଗ୍ରାହୀ. ଏହି ଆଶାକୁ ସଫଳ କରାଇବା ପାଇଁ ଉଦ୍ୟମ ଜାରି ରଖୁଛନ୍ତି। ଯେଉଁ ଇଣ୍ଡଷ୍ଟ୍ରିୟାଲ ମିଟ୍ ହୋଇଥିଲା ସେଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡ. ତିରୁପତି ପାଣିଗ୍ରାହୀଙ୍କୁ ଧନ୍ୟବାଦ ଦେବା ସହ ତିରୁପତି ପାଣିଗ୍ରାହୀଙ୍କ ଜୀବନ ଉପରେ ଏକ ବାଇଓପିକ୍ ଡ. ତିରୁପତି ପାଣିଗ୍ରାହୀ ତାଙ୍କୁ ସମର୍ପି ଦେଇଥିବାବେଳେ, ସେ ପାଠ କରି ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି। ଏଥି ସହିତ ଇଣ୍ଡଷ୍ଟ୍ରି ମିନିଷ୍ଟର ସମ୍ପଦ ଚନ୍ଦ୍ର ସ୍ଵାଇଁ ଏବଂ ଇଣ୍ଡଷ୍ଟ୍ରି ସେକ୍ରେଟାରୀ ହେମନ୍ତ ଶର୍ମା ଉପସ୍ଥିତ ଥିଲାବେଳେ, ଆଗାମୀ ଦିନରେ ଗଜପତି ପାଇଁ ସ୍ୱପ୍ନ ଦେଖୁଥ‌ିବା ଡ. ତିରୁପତି ପାଣିଗ୍ରାହୀ ଉଦ୍ୟୋଗୀପତି ମାନଙ୍କୁ ଆଣି ଗଜପତି ଜିଲ୍ଲାର ଉତ୍ତୋରତର ଉନ୍ନତି, ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ବାଣିଜ୍ୟିକ କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିବା ଯୋଗୁ ସମସ୍ତେ ଡ଼. ପାଣିଗ୍ରାହୀଙ୍କୁ ସାଧୁବାଦ ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ