ନୃତ୍ୟ ସଂଗୀତ ନାଟକର ଅନୁପମ କାର୍ଯ୍ୟକ୍ରମ ‘ନବବରଷ- ୨୦୨୪’ ଅନୁଷ୍ଠିତ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟତୀର୍ଥ’ ପକ୍ଷରୁ ବିଜିପୁର କାଳୁଆ ସାହି ସ୍ଥିତି ମନ୍ଦିର ମଣ୍ଡପରେ ନୃତ୍ୟ ସଂଗୀତ ନାଟକର ଅନୁପମ କାର୍ଯ୍ୟକ୍ରମ ‘ନବବରଷ- ୨୦୨୪’ ଅନୁଷ୍ଠିତ ହୋଇଯାଇଛି। ନାଟ୍ୟପ୍ରଦୀପ ମଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ମୁଖ୍ୟଅତିଥି, ବିଜେଡି ଜିଲ୍ଲା ଉପସଭାପତି ଭୀମସେନ ଦଳେଇ ବିଶିଷ୍ଟ ଅତିଥି, କର୍ପୋରେଟର ନରସିଂହ ସେଠୀ ଓ ସ୍ବର୍ଣ୍ଣଲତା ସାବତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ। ‘ନୂପୁର’ ଶିଶୁ କଳାକାରମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିବା ବେଳେ ସ୍ଥାନୀୟ ଶିଳ୍ପୀମାନେ ମଧ୍ୟ ସେମାନଙ୍କ କଳାପ୍ରତିଭାରେ ସଭିଙ୍କୁ ବିଭୋର କରିଥିଲେ। ଏହି ଅବସରରେ ଲିଙ୍ଗରାଜ ନାହାକଙ୍କ ରଚିତ ନାଟକ ‘ପିତା ମୋର ସ୍ବର୍ଗ’ ମଞ୍ଚସ୍ଥ ହୋଇଥିଲା। ମଦନ ମିଶ୍ର ଏହାକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଗିରିଜା ଶଙ୍କର ଦାଶ, ବଳରାମ ମହାପାତ୍ର ଓ ସସ୍ମିତାରାଣୀ ରାଉତ ଅଭିନୟ କରିଥିଲେ। ସନ୍ତୋଷ ସଂଗୀତ ନିର୍ଦ୍ଦେଶନା ଓ ସତ୍ୟମହାରଣା ମଞ୍ଚସଜ୍ଜା କରିଥିଲେ। ସୁବାସ ମହାରଣାଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହରିବନ୍ଧୁ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ରଶ୍ମିତା କୁମାରୀ ଦଳାଇ ଓ ଶିବଶଙ୍କର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ମକରଧ୍ଵଜ ଗୌଡ଼, ନୀଳକଣ୍ଠ ଚୌଧୁରୀ, ମିଟୁ ମାଝୀ, ଅଜୟ ମହାନ୍ତି, କୋକ ମୁନି, ବିରଳା ମାଝୀ ପ୍ରମୁଖ ସହାୟତା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ