ନେଟେଙ୍ଗାରେ ବ୍ଳକ୍ ସ୍ତରୀୟ ବୀର ଚକରା ବିଷୋୟୀ ଜୟନ୍ତୀ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ବେଲଗୁଣ୍ଠା ବ୍ଳକ୍ ନେଟେଙ୍ଗା ଗ୍ରାମର ବୀର ଚକରା ବିଷୋୟୀ କ୍ଲବ୍ ପରିସରରେ ବ୍ଳକ୍ ସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି I କ୍ଲବ୍ ସଭାପତି ରଞ୍ଜିତ୍ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ମୁଖ୍ୟ ବକ୍ତା ରୂପେ ଶିକ୍ଷକ ଅଭିମନ୍ୟୁ ପଣ୍ଡା, ସମ୍ମାନୀତ ଅତିଥି ରୂପେ ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା, ବରିଷ୍ଠ ସଦସ୍ୟ ବୈଦ୍ୟନାଥ ତ୍ରିପାଠି, ଦିବାକର ତ୍ରିପାଠି, ସ୍ଥାନୀୟ ସରପଞ୍ଚ ତଥା କ୍ଲବ୍ ସଦସ୍ୟ ପ୍ରହଲ୍ଲାଦ ଲେଙ୍କା ତ୍ରୀନାଥ ପାତ୍ର ଏବଂ ହରିବନ୍ଧୁ ଲେଙ୍କା ପ୍ରମୁଖ ଯୋଗ ଦେଇ ଚକରା ବିଷୋୟୀଙ୍କ ସ୍ମୃତି ଚାରଣ କରିବା ସହିତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I ଚକରା ବିଷୋୟୀ କ୍ଲବ୍ ର ସାଙ୍ଗଠନିକ କାର୍ଯ୍ୟକୁ ମଜବୁତ୍ କରି ଜନ ହିତକର କାର୍ଯ୍ୟ ଉପରେ ଗୁରୁତ୍ବ ଦିଆଯିବା ସହ ଆଗାମୀ ଦିନରେ ଚକରା ବିଷୋୟୀଙ୍କ ଏକ ପ୍ରତିମୂର୍ତ୍ତୀ ସ୍ଥାପନ ଏବଂ ରଘୁନାଥ ସ୍ୱାମୀ ମନ୍ଦିରର ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ କ୍ଲବ୍ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ସୁଧାଂଶୁ ଶେଖର୍ ଖଣ୍ଡୁଆଳ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମର ଗ୍ରାମର ବହୁ ଭଦ୍ର ବ୍ୟକ୍ତି ଓ ସମସ୍ତ କ୍ଲବ୍ ସଦସ୍ୟ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ