ନେତାଜୀ କ୍ଳବ ଠାରେ ଗ୍ରାମ ରୋଜଗାର ସେବକ ସଂଘ ର ବୈଠକ ଅନୁଷ୍ଠିତ

ଫୁଲବାଣୀ, (ସୁନିଲ କୁମାର ବେହେରା):ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ଏକ ବୈଠକ ସଭାପତି ଶ୍ରବଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ନେତାଜୀ କ୍ଳବ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଉପସଭାପତି ବିଜୟ କୁମାର ସାହୁ ଅଞଳୀ ନାୟକ, ଓ ସାଧାରଣ ସଂମ୍ପାଦକ ସାମନ୍ତ ଦିଗାଲଙ୍କ ସହ ପ୍ରତି ପଞ୍ଚାୟତର ଗ୍ରାମରୋଜଗାର ସେଵକ ଯୋଗ ଦେଇଥିଲେ। କୌଣସି ଚାକିରୀରେ ଛ ବର୍ଷକାମ କଲେ ସରକାର ସେମାନଙ୍କ ଚାକିରୀ ନିୟମିତ କରୁଥିବା ଦେଖାଯାଉଛି। କିନ୍ତୁ ଜି ଆର ଏସ ମାନେ ୧୪ବର୍ଷ କାର୍ଯ୍ୟ କରିବା ପରେ ମଧ୍ୟ ସେମାନଙ୍କ ଚାକିରୀ ନିୟମିତ କରାଯାଉନଥିବା ରୁ କ୍ଷୋଭ ପ୍ରକାଶ କରିଥିଲେ।ପଞ୍ଚାୟତ ର ସମସ୍ତ ଦାୟିତ୍ୱ ପୂର୍ଣ୍ଣ ଆର୍ଥିକ କାରବାର ବୁଝୁଥିବା ବେଳେ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଦୁର୍ଭାଗ୍ୟଜନକ।ସରକାରଙ୍କ ଜିଆର ଏସ ମାରଣା ନୀତି ର ନିନ୍ଦା କରାଯାଇଛି।ବାରମ୍ବାର ଅନୁରୋଧ ସତ୍ୱେ ଯଦି ସରକାର ଜିଆର ଏସ ମାନଙ୍କ ଦାବୀ ପୂରଣ ନକରନ୍ତି ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ