ନେତାଜୀ ଜୟନ୍ତୀ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):ସମାଜର ଆଦର୍ଶ ମହାପୁରୁଷ ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ଦେଶଭକ୍ତ ଓ ମୁକ୍ତି ସଂଗ୍ରାମର ଅବିସ୍ମଣୀୟ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ପବିିତ୍ର ଜୟନ୍ତୀ ଅବସରରେ କୋଣାର୍କ ମାଉସୀମା ସାହିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ତଥା ପରିବେଶପ୍ରେମୀ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୁବ ସଂଗଠକ ମନୋଜ କୁମାର ନାୟକ, ସ୍ୱଚ୍ଛ ସାଥୀ ଲକ୍ଷ୍ମୀ ଦଳାଇ, ଗଣେଶ ଚନ୍ଦ୍ର ବେହେରା , ଅଭୟ ନାୟକ, ମମତା ମହାନ୍ତି, ସବିତା ନାୟକ, ସସ୍ମିତା ଜେନା, ଲକ୍ଷ୍ମୀ ଜେନା, ମମତା ପ୍ରଧାନ ଓ ମମତା ଦଳାଇ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିବା ସହିତ ତାର ରକ୍ଷଣା ବେକ୍ଷଣ ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ବୃକ୍ଷକୁ ଆଦରିବା ସହିତ ତାର ସୁରକ୍ଷା କରିବାକୁ ଦାୟିତ୍ୱ ନେଇଥିଲେ । ପୃଥିବୀରେ ଦିନକୁ ଦିନ ବ୍ୟାପକ ପରିମାଣରେ ଗୃହ, ରାସ୍ତା ଓ କଳକାରଖାନାର ବୃଦ୍ଧି ପାଇବା ଫଳରେ ଲକ୍ଷ ଲକ୍ଷ ବୃକ୍ଷ କଟା ଯାଉଛି। ଯାହା ଫଳରେ ପୃଥିବୀ ପୃଷ୍ଠରେ ଗ୍ଲୋବାଲ ୱାର୍ମିଂ ପ୍ରଭାବ ଯୋଗୁଁ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ମାନ ଘଟୁଛି । ଏସବୁର ସମାଧାନ ପାଇଁ ବ୍ୟାପକ ବୃକ୍ଷ ରୋପଣ କରିବା ଆବଶ୍ୟକ ରହିଛି ବୋଲିି ବୃକ୍ଷପ୍ରେମି ଜ୍ଞାନ ବିଶ୍ଵାଳ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ