ନେତାଜୀ ସୁଭାଷ ଚନ୍ଦ୍ର ବୋଷ’ଙ୍କ ୧୨୫’ତମ ଜୟନ୍ତି ଓ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ କାଙ୍କି ଗ୍ରାମରେ “ଜାହେରଟଲା ୟୁଥ୍ କ୍ଲବ’କାଙ୍କି ର କ୍ଲବ୍ ପରିସରରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରାଳୟ ଦ୍ବାରା ପରିଚାଳିତ ନେହେରୁ ଯୁବା କେନ୍ଦ୍ର ସଂଗଠନ ପକ୍ଷରୁ ଜାହେରଟଲା ୟୁଥ କ୍ଲବର ସଦସ୍ୟ’ଙ୍କୁ ନେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ’ଙ୍କ ଜୟନ୍ତି ପାଳନ କରାଯିବା ସହିତ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।କାର୍ଯ୍ୟକ୍ରମରେ ପ୍ରଥମେ ନେତାଜୀ’ଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଧୂପ ଦୀପ ପ୍ରଜ୍ବଳନ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।ପରେ ନେହେରୁ ଯୁବାକେନ୍ଦ୍ରର ସ୍ବେଚ୍ଛାସେବୀ ମଳୟ କୁମାର ମୁଣ୍ଡରୀ ଓ ସ୍ବେଚ୍ଛାସେବୀକା ଶ୍ରୀମତୀ ଲଳିତା ମହାନ୍ତ’ଙ୍କ ଦ୍ବାରା ନେତାଜୀ ସୁଭାଷ ଚନ୍ଦ୍ର ବୋଷ’ଙ୍କ ସ୍ମୃତିଚାରଣ କରାଥିଲା ଏବଂ ତାଙ୍କ ଜୀବନୀ ଉପରେ ବିସ୍ତୃତ ଭାବେ ଆଲୋକପାତ କରାଯାଇଥିଲା।ଏହାପରେ ଭାରତ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଫିଟ୍ ଇଣ୍ଡିଆ ଅଭିଯାନ କୁ ଦୃଷ୍ଟିରେ ରଖି ନେହେରୁ ଯୁବାକେନ୍ଦ୍ର ସଂଗଠନ ପକ୍ଷରୁ ଜାହେରଟଲା ୟୁଥ କ୍ଲବର ସଦସ୍ୟଙ୍କୁ ନେଇ ବିଭିନ୍ନ ସ୍ଲୋଗାନ ଉଲ୍ଲେଖିତ ପ୍ଲାକାର୍ଡ ଧରି ଏକ ପଦଯାତ୍ରାରେ କାଙ୍କି’ ଗ୍ରାମ ପରିକ୍ରମା କରାଯାଇଥିଲା।ପଦଯାତ୍ରାରେ ଗ୍ରାମ ପରିକ୍ରମା କରାଯିବା ସହିତ ସାଧାରଣ ଲୋକେ କିପରି ପ୍ରଭାତ ଫେରି ଏବଂ ବିଭିନ୍ନ ଖେଳକୁଦ ଦ୍ବାରା ନିଜକୁ ସୁସ୍ଥ ରଖି ନିରୋଗ ଜୀବନ ଯାପନ କରିପାରିବେ ସେନେଇ ସାଧାରଣଙ୍କୁ ଅବଗତ କରିବା ସହିତ ଲୋକଙ୍କୁ ସଚେତନ କରାଯାଇଥିଲା।କାରଣ ଦେଶର ଲୋକେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ।ନେହେରୁ ଯୁବାକେନ୍ଦ୍ର ସ୍ବେଚ୍ଛାସେବୀ ମଳୟ କୁମାର ମୁଣ୍ଡାରୀ ଓ ଲଳିତା ମହାନ୍ତ’ଙ୍କ ଦ୍ବାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଜାହେରଟଲା ୟୁଥ କ୍ଲବ ର ସଭାପତି ଘନଶ୍ୟାମ ମାଝୀ ଓ ସଂପାଦକ ଧିରାଇ କିସ୍କୁ ସହଯୋଗ ପ୍ରଦାନ କରିଥିଲେ।ଶେଷରେ ସଂପାଦକ ଧିରାଇ କିସ୍କୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ