ଦିବଙ୍ଗତ ବ୍ଲକ ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମଙ୍କ ପରିବାରକୁ ଭେଟିଲେ ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ବ୍ଲକ୍ ଅଧ୍ୟକ୍ଷ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ର ଯୁବ ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମ’ଙ୍କ ସଡକ ଦୂର୍ଘଟଣାରେ ଅକାଳ ବିୟୋଗରେ ସମସ୍ତେ ସ୍ତବ୍ଧ ହୋଇଥିବା ବେଳେ ରାଜସ୍ବ ମନ୍ତ୍ରୀ ତଥା ରାଇରଙ୍ଗପୁର ବିଧାୟକ’ଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ଶୋକାକୁଳ ପରିବେଶରେ ଦିବଙ୍ଗତ ଦୁଃଖୁ’ଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ଏବଂ ପରିସ୍ଥିତି କୁ ଧର୍ଯ୍ୟର ସହିତ ସାମନା କରିବାକୁ ସାହସ ଦେଇଥିଲେ । ସେହିପରି ଦୁଃଖରେ ଭାଙ୍ଗିପଡିଥିବା ଦିବଙ୍ଗତ ଦୁଃଖୁ’ଙ୍କ ପରିବାରକୁ ଭେଟିବାକୁ ମୟୁରଭଞ୍ଜ ଜିଲ୍ଲାର ଆଠଟି ବିଭିନ୍ନ ବ୍ଲକର ଅଧ୍ୟକ୍ଷ ତଥା ଅଧକ୍ଷା ମାନଙ୍କ ଏକ ଦଳ ଆଜି ଆସି ପହଞ୍ଚିଥିଲେ । ଅଧ୍ୟକ୍ଷ ମାନଙ୍କ ଏହି ଦଳରେ ବାଙ୍ଗ୍ରିପୋଷି ବ୍ଲକ ଅଧ୍ୟକ୍ଷ ସୁବୋଧ ଚରଣ ମାର୍ଣ୍ଡି,ବିଶୋଇ ବ୍ଲକ ଅଧ୍ୟକ୍ଷା ତୁଳସୀ ସିକ୍ରୀ ହାଁସଦାଃ,ବଡସାହି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ,ମୋରଡା ବ୍ଲକ ଅଧ୍ୟକ୍ଷା ସାଳତୀ ଟୁଡୁ,ତିରିଂ’ ବ୍ଲକ ଅଧ୍ୟକ୍ଷା ଜେମାମଣୀ ସୁଣ୍ଢି,ଖୁଣ୍ଟା ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ମାର୍ଣ୍ଡି,ବାରିପଦା ବ୍ଲକ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମ,ସୁଳିଆପଦା ବ୍ଲକ ଅଧ୍ୟକ୍ଷ ଠୁମ୍ପୁ ମାଝୀ ପ୍ରମୁଖ ଦିବଙ୍ଗତ ଦୁଃଖୁ’ଙ୍କ ବାସ ଭବନରେ ପହଞ୍ଚି ଶୋକାକୁଳ ପରିବାର ସଦସ୍ୟ’ଙ୍କୁ ଭେଟିଥିଲେ।ଦିବଙ୍ଗତ’ଙ୍କ ପତ୍ନୀ ଓ ବଡଭାଇ’ଙ୍କୁ ସମବେଦନା ଜଣାଇବା ସହ ଦିବଙ୍ଗତ ଦୁଃଖୁ’ଙ୍କ ନାବାଳକ ପିଲା ମାନଙ୍କ ପାଠ ପଢାରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରାଯିବ ବୋଲି ଆଶ୍ବାସନା ଦେଇଥିଲେ । ଅଧ୍ୟକ୍ଷ ମାନଙ୍କ ଏହି ଗସ୍ତବେଳେ ବିଜଡିର ବରିଷ୍ଠ ନେତା ହରେକୃଷ୍ଣ ମଣ୍ଡଳ,ବିକ୍ରମ ହାଁସଦାଃ,ବିଶ୍ବନାଥ ସୋରେନ୍,ବାବଲୁ ସୋରେନ ପ୍ରମୁଖ ପହଞ୍ଚି ପରିବାରର ଭଲମନ୍ଦ ପଚାରି ବୁଝିବା ସହ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।


