ନେତା-ନୀତି-ନିର୍ବାଚନ

‘ଉକ୍ରଳେ ନେତାଙ୍କ ନାହିଁ ପ୍ରୟୋଜନ-ଉକ୍ରଳର ନେତା ନିଜେ ନାରାୟଣ’ । ଏହି ଉକ୍ତିଟି ଓଡ଼ିଶାରେ କିଛି କଳଙ୍କିତ ଭ୍ରଷ୍ଟା·ରୀ ଓ ଅନୀତିରେ ଉବୁଟୁବୁ ହେଉଥିବା ନେତୃବର୍ଗଙ୍କୁ ଲକ୍ଷ୍ୟ କରି ଲେଖା ଯାଇଥିବା ମନେ ହୁଏ । ଜଗତର ନାଥ ଜଗନ୍ନାଥଙ୍କୁ ସ୍ୱୟଂ ନାରାୟଣ ବୋଲି ଧରି ନେଇଥିବା, ଓଡ଼ିଆ ଜାତି ଜଗନ୍ନାଥ ଥିଲା ପର୍ଯ୍ୟନ୍ତ ସ୍ୱାର୍ଥପର, ସୁବିଧାବାଦୀ, ବ୍ୟକ୍ତିକୈନ୍ଦ୍ରିକ ଓ ଭ୍ରଷ୍ଟା·ରୀ ନେତାମାନଙ୍କର ପ୍ରୟୋଜନ ନାହିଁ ବୋଲି ଏହା ମାଧ୍ୟମରେ ଚେତାଇ ଦେଇଛି । କିନ୍ତୁ ନରନାରାୟଣ ସ୍ୱରୂପ କିଛି ନେତୃତ୍ୱ ଓଡ଼ିଶାକୁ ଯଶସ୍ୱୀ କରିଦେଇ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ମହାତ୍ମା ଗାନ୍ଧୀଙ୍କ ସମୟରେ ଓଡ଼ିଶାରେ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ଉକ୍ରଳମଣି ଗୋପବନ୍ଧୁ ଦାସ ଯିଏକି ଦୀନ, ଦୁଖି ଓ ଦରିଦ୍ରଙ୍କ ଦୁଃଖ ସହି ନପାରି ଧୋତି, ଗାମୁଛା ପିନ୍ଧି, ପ୍ରାକୃତିକ ଦୁର୍ବିପାକ ସମୟରେ ଘର ଘର ବୁଲି ଦାନ ଆଣି ପ୍ରପୀଡ଼ିତ ଜନତାଙ୍କୁ ସାହାଯ୍ୟ କରୁଥିଲେ । ଏପରିକି ନିଜ ରୋଗାକ୍ରାନ୍ତ ସନ୍ତାନକୁ ଚିକିତ୍ସା ନଦେଇ ମଧ୍ୟ ଜନତାଙ୍କ ସେବାରେ ନିଜକୁ ଲଗାଇ ଦେଇଥିଲେ ଏହି ମହାନ୍ ଉକ୍ରଳୀୟ ନେତା । ତାଙ୍କ ରଚନା ‘ମିଶୁ ମୋର ଦେହ ଏଦେଶ ମାଟିରେ-ଦେଶବାସୀ ·ଲି ଯାଆନ୍ତୁ ମୋ ପୀଠିରେ’ ଅର୍ଥକୁ ସେ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ନିଜ ନେତୃତ୍ୱ ମାଧ୍ୟମରେ । ସେହିପରି ଜଣେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ । ତାଙ୍କ ସାଧାସିଧା ଚଳଣିକୁ ନେଇ ସେ ଏତେ ସତର୍କ ଥିଲେ ଯେ, ମୁଖ୍ୟମନ୍ତ୍ରୀତ୍ୱ ପରେ ସରକାରୀ ଗାଡ଼ି ଫେରାଇ ଦେଇ ବସ୍ରେ ଯାଇଥିଲେ ନିଜ ଗାଁକୁ ଓ ·ଷବାସ କରି ନିଜକୁ ଜଣେ ଉକ୍ରଳୀୟ ନେତା ଭାବେ ପରିଚୟ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ କଂଗ୍ରେସ ସନ୍ଦେଶ ପତ୍ରିକାରେ ନବକୃଷ୍ଣ ଚୌଧୁରୀ ଭଳି ନେତା ହେଲେ ଗାଁରେ ଗାଈ ଚରାଇବାକୁ ପଡ଼ିବ ବୋଲି ତାତ୍ସଲ୍ୟ କରି ଲେଖାଯାଇଥିଲା । ଏଥିରୁ ଆଜିକାଲିର ନେତାମାନଙ୍କ ନୀତି କ’ଣ ହୋଇଛି ତାହା ସହଜରେ ଜଣାପଡ଼ିଯାଏ । ନିଜ ଦେଶ, ରାଜ୍ୟ ଓ ଦଳକୁ ପଛରେ ପକାଇ ନିଜ ସ୍ୱାର୍ଥ କିପରି ପୂରଣ ହେବ ଓ ନିଜ ସମ୍ପତ୍ତିକୁ କିପରି କ୍ଷମତା ସମୟରେ ହଜାର ଗୁଣ କରିହେବ ତାହା ହିଁ ଆଜି ନେତାଙ୍କ ନୀତି ପାଲଟିଛି । ଯେଉଁମାନେ ଥରେ ପଞ୍ଚାୟତସ୍ତରରୁ ଆରମ୍ଭ କରି ରାଜ୍ୟ ନେତୃତ୍ୱ ବା କେନ୍ଦ୍ରୀୟ ନେତୃତ୍ୱରେ ନିଜକୁ ପହଞ୍ଚାଇ ପାରୁଛନ୍ତି, ସେମାନଙ୍କ ବ୍ୟାଙ୍କ ବାଲାନ୍ସ ସହସ୍ରାଧିକ ଗୁଣରେ ପହଞ୍ଚୁଥିବା ବେଳେ ସେମାନଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ପଚିଶ ପୁରୁଷ ପାଇଁ ଜମା ହୋଇ ରହୁଛି । ସାଧାରଣ ପଞ୍ଚାୟତ ନିର୍ବାଚନରେ ନିର୍ବାଚନୀ ଖର୍ଚ୍ଚ ଏବେ ୫୦ଲକ୍ଷ ଟପିଥିବା ବେଳେ ବିଧାୟକ ଓ ସାଂସଦ ନିର୍ବାଚନରେ ଏହା ୭ କୋଟିକୁ ଟପିସାରିଲାଣି । ସ୍ଥାନେ ସ୍ଥାନେ ବିଶେଷକରି ଖଣି ଖାଦାନ ଅଞ୍ଚଳରେ ଦାମିକିଆ ପ୍ରାର୍ଥୀମାନେ ଏହି ଖର୍ଚ୍ଚର ପରିଣାମ ୫୦ କୋଟିରୁ ଉଦ୍ଧ୍ୱର୍ରେ ପହଞ୍ଚାଇ ସାରିଲେଣି । ଏତେଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢୁଥିବା ନେତାମାନେ କ’ଣ ଜନସ୍ୱାର୍ଥ ପାଇଁ ଏହି ନିର୍ବାଚନ ଲଢୁଛନ୍ତି ନା ନିର୍ବାଚନ ପରେ କ୍ଷମତା ହରଣ କରି ଖର୍ଚ୍ଚ କରିଥିବା ଅର୍ଥର ବହୁଗୁଣା ଆଦାୟ କରୁଛନ୍ତି । ନେତା ହେବାକୁ ଏମାନଙ୍କୁ ଠିକା ଦେଇଛି କିଏ? ସେମାନେ ଓ ସେମାନଙ୍କ ପରିବାର କେବଳ ନେତା ବେପାରରେ ସାମିଲ୍ ହୋଇ ଦେଶକୁ ଲୁଟ୍ କରି ·ଲିବେ । ଆମେ ଭୋଟରମାନେ ମଧ୍ୟ ନିର୍ବାଚନ ଋତୁରେ ଏହି ଗୁଣ୍ଡା, ଟାଉଟର, ଠିକାଦାର ଓ ଭ୍ରଷ୍ଟା·ରୀମାନଙ୍କ ଠାରୁ ଭୋଜି ଖାଇ ୫୦୦ କି ୧୦୦୦ ଟଙ୍କା ପକେଟ୍ରେ ପୁରାଇ ଏମାନଙ୍କୁ ବହୁ ମୂଲ୍ୟ ଭୋଟଟି ଦେଇଦେଉଛେ ରାଜ୍ୟକୁ ଲୁଟ୍ କରିବା ପାଇଁ । ଯୁବଗୋଷ୍ଠୀ ତ ଏମାନଙ୍କ ମଦ, ମାଉଁସ ଓ ପେଟ୍ରୋଲ ଖର୍ଚ୍ଚ ଦ୍ୱାରା ପ୍ରଭାବିତ ହୋଇ ନିଜର କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି । ଏବେ ତ ସିଧାସଳଖ ଟଙ୍କା ବିନା ଅନ୍ୟ ମାଧ୍ୟମରେ ବ୍ୟାଙ୍କ ଆକାଉଞ୍ଚକୁ ଟଙ୍କା ଆସିଯାଉଛି ଭୋଟ ଦେବା ପାଇଁ । ଫଳରେ ରାଜ୍ୟରେ ବେକାର ଯୁବକ ଦାଦନ ଖଟିବାକୁ ପଡ଼ୋଶୀ ରାଜ୍ୟକୁ ଯାଉଥିବା ବେଳେ ସମସ୍ତ ଯୋଜନାରେ ଅର୍ଥ ହଡ଼ପ ହେବା ସହ ସବୁକିଛି ଫେଲ୍ ମାରୁଛି । ଦିନକୁ ଦିନ ଗରୀବଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅରାଜକତା ବ୍ୟାପିରହୁଛି । ଏଥିପାଇଁ କୌଣସିି ଏକ ରାଜନୈତିକ ଦଳକୁ ଦୋଷ ଦିଆଯାଇ ପାରିବ ନାହିଁ ବା ସବୁ ନେତାଙ୍କୁ ଦୋଷୀ ବୋଲି ଚିତ୍ରଣ କରାଯାଇ ପାରିବ ନାହିଁ । ଏବେ ବି କିଛି ନେତୃବର୍ଗ ଦେଶବାସୀଙ୍କ ଭରଷାଯୋଗ୍ୟ ହୋଇ ରହିଛନ୍ତି । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱକୁ ସମଗ୍ର ବିଶ୍ୱ ଗ୍ରହଣ କରିଥିବା ବେଳେ ସୁଭାଷ ବୋଷଙ୍କ ଆଜାଦ ହିନ୍ଦ୍ ଫୌଜର ଗାରିମାକୁ ଆଜି ପର୍ଯ୍ୟନ୍ତ ଦେଶବାସୀ ମନେ ରଖିଛନ୍ତି । ସର୍ଦ୍ଦାର ପଟେଲଙ୍କ ଦୂରଦର୍ଶୀ ତଥା ପ୍ରଭାବଶାଳୀ ନୀତି ଯୋଗୁ ଦେଶରେ ଅଖଣ୍ଡ ହୋଇରହିଛି । ଇନ୍ଦିରାଙ୍କ ବଙ୍ଗଳାଦେଶ ନିର୍ମାଣକୁ ଅଣଦେଖା କରାଯାଇ ପାରିବ ନାହିଁ । ଅଟଳ ବିହାରୀ ବାଜପେୟୀଙ୍କ ପରିପକ୍ୱତା, ଶିଷ୍ଟା·ରକୁ ଦେଶ କେବେ ଭୁଲିପାରି ନଥିବା ବେଳେ ଅବଦୁଲ କାଲାମ ଆଜାଦଙ୍କ ଭଳି ସ୍ୱଚ୍ଛ ନେତା ଅଗାମୀ ଦିନରେ ମିଳିବେ କି ନାହିଁ ତା କଷ୍ଟକର । ଓଡ଼ିଶା ଲୋକପ୍ରିୟ ନେତାଭାବେ ବିଜୁ ବାବୁ ଆଜି ବି ଓଡ଼ିଆଙ୍କ ହୃଦୟରେ ବାସ କରୁଛନ୍ତି । ନରେନ୍ଦ୍ର ମୋଦିଙ୍କ କର୍ତ୍ତବ୍ୟ ନିଷ୍ଠା, ପରିଶ୍ରମ ଓ ଦେଶପ୍ରେମକୁ ଆଗାମୀ ପୀଢି ମନେ ରଖିବ । ନୀତିଶ କୁମାରଙ୍କ ବ୍ୟକ୍ତିତ୍ୱ ଓ ସରଳତା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସାଧାରଣ ଜୀବନଶୈଳୀ ଓ ସିଧାସାଦା ଚଳଣି ଆଜିର ଯୁବପୀଢିଙ୍କୁ ଭଲ ନେତୃତ୍ୱର ପରାକାଷ୍ଠା ଦେଖାଉଥିବା ବେଳେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବାମପନ୍ଥୀ ମାଣିକ ସରକାରର ଜୀବନଶୈଳୀକୁ ଯିଏ ଲକ୍ଷ୍ୟ କରିଛି, ସେ ଭ୍ରଷ୍ଟା·ରୀ ହେବାକୁ ଅନେକଥର ଚିନ୍ତା କରିବ । ·ରା ଘୋଟାଲାରେ ଜେଲ୍ରେ ଥିବା ଲାଲୁ ତାଙ୍କ ପତ୍ନୀ ଓ ସନ୍ତାନ ସନ୍ତତି, ମୁଲାୟମ ସିଂଙ୍କ ଭାଇ, ପୁଅ, ବୋହୂ, ଡ଼ିଏମ୍ଙ୍କର ଷ୍ଟାରଲିିନ୍ ଓ ତାଙ୍କ ପରିବାରବର୍ଗ, କାଶ୍ମୀରରେ ଅବଦୁଲ୍ଲା ପରିବାରଙ୍କ ଶାସନକୁ କ’ଣ କୁହାଯିବ? ସେହିପରି କେଜିରୱାଲ ଓ ମମତା ବାନାର୍ଜୀ ତଥା ମାୟାବତୀଙ୍କ ପାଗଳାମୀକୁ ଏ ଦେଶ କ’ଣ ପ୍ରଶୟ ଦେବ? ଦେଶକୁ ଭଲ ନେତୃତ୍ୱ ଦରକାର ନା ଜାତି, ଧର୍ମ, ଭାଷା ଓ ବିଭିନ୍ନ ଲୋଭ ମାଧ୍ୟମରେ ଜନତାଙ୍କୁ ଭଣ୍ଡାଉଥିବା ଭ୍ରଷ୍ଟା·ରୀମାନଙ୍କର ଶସନ ଦରକାର, ତାହା ପୁଣିଥରେ ଚିନ୍ତା କରିବାର ସମୟ ଆସିଯାଇଛି ।

ପ୍ରକାଶ ରଥ
ଅଧ୍ୟକ୍ଷ, ରାଜ୍ୟ ନାଗରିକ ସମାଜ
ଫୋନ-୯୪୩୭୨୮୫୦୯୨

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ