ନେହୁର ଯୁବ କେନ୍ଦ୍ର ଦ୍ୱାରା ସ୍ୱଚ୍ଛଭାରତ ଓ ପ୍ଲାଷ୍ଟିକ ହଟାଓ କାର୍ଯ୍ୟକ୍ରମ
ଗଂଜାମ ,(ଯୁଗାବ୍ଦ ନ୍ୟୁଜ) : ଗଂଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତର ଗୋୖରାଙ୍ଗପାଟଣା, ଓ ମଧୁରଛୁଆଁ ଗ୍ରାମରେ ପ୍ଲାଷ୍ଟିକ ହଟାଓ ,ଡ଼ଷ୍ଟବିନ ବେବହାର କରିବା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହେବା ସହ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ନେହୁର ଯୁବ କେନ୍ଦ୍ର ଆନୁକୂଲ୍ୟରେ ଓ ଚିଲିକା ରାଣୀ ଯୁବସଙ୍ଘ ସହଯୋଗ ରେ ଏହି କର୍ଯ୍ୟକ୍ରମ ରେ ଆଶା ଅମ୍ବିକା ବେହେରା, ଓ ବୃକ୍ଷ ବନ୍ଧୁ ଗିରିଧରି ବେହେରା ଯୋଗ ଦେଇ ଉତ୍ସାହିତ କରିଥିଲେ ।ଏହି ଅବସରରେ ଗ୍ରାମର ରାସ୍ତା, ପୋଖରୀ, ସଫା କରାଯାଇଥିଲା । ଏଥିରେ ଚିଲିକା ରାଣି ଯୁବସଙ୍ଘର ସଭାପତି ବଳରାମ ବେହେରା, ସଦସ୍ୟ ହଜାରୀ ରାମ ବେହେରା, ଶାନ୍ତୁନ ବେହେରା, କାଳିଆ ବେହେରା, ହରିଷ ବେହେରା, ଗଣେଶ ବେହେରା, ବିକ୍ରମ ବେହେରା, ଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ।