ନେହେରୁ ଯୁବ କେନ୍ଦ୍ର ଓ ଯୁବକ ସଂଘ ଆନୁକୂଲ୍ୟରେ “ସ୍ୱଚ୍ଛତା ପଖୱାଡ” କାର୍ଯ୍ୟକ୍ରମ
ଶେରଗଡ଼, (ବିଭୁ ପ୍ରସଦା ଦାସ): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁରେ ଭାରତ ସରକାରଙ୍କ ଯୁବ ଓ ଖେଳ ମନ୍ତ୍ରାଳୟ ଅଧିନ ନେହେରୁ ଯୁବ କେନ୍ଦ୍ର ଓ ସ୍ବାମୀ ବିବେକାନନ୍ଦ ଯୁବ ପରିଷଦ ଆନୁକୂଲ୍ୟରେ “ସ୍ୱଚ୍ଛତା ପଖଓ୍ବାଡ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସମାଜରେ “ସ୍ୱଚ୍ଛତା ଓ ଉତ୍ତମ ସ୍ବାସ୍ଥ୍ୟ ମଣିଷର ସାର୍ବଙ୍ଗୀନ ବିକାଶ ସହ ପରିବେଶ ସନ୍ତୁଳନ ପ୍ରତି ସକରାତ୍ମକ ପ୍ରଭାବ ପକାଇଥାଏ।ଏପରିକି ଯୁବବର୍ଗଙ୍କ ମାନସିକ,ବୌଦ୍ଧିକ ଶକ୍ତିକୁ ଉତ୍ତମ ଫଳପ୍ରଦ ହୋଇଥାଏ।ତତ୍ ସହିତ ଯୁବବର୍ଗଙ୍କ ମନରେ ସାମାଜିକ ଦାୟିତ୍ୱବୋଧକୁ ଉଜ୍ଜିବୀତ କରି ବ୍ୟକ୍ତିଗତ ସାଧନା ସହ ସମାଜ ପ୍ରତି ଥିବା କର୍ତ୍ତବ୍ୟକୁ ଚରିତାର୍ଥ କରି ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ କରିବାର ମହତ୍ ଉଦ୍ଦେଶ୍ୟ ନେଇ ନେହେରୁ ଯୁବ କେନ୍ଦ୍ରର ଶେରଗଡ଼ ବ୍ଲକ ସ୍ବେଚ୍ଛାସେବୀ କୃଷ୍ଣଚନ୍ଦ୍ର ସୁଆଁସିଆଙ୍କ ନେତୃତ୍ବରେ ଉକ୍ତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଯୁବକ ସଂଘର ସଦସ୍ୟ ମାନଙ୍କ ଦ୍ବାରା ଗ୍ରାମର ପ୍ରମୁଖ ସ୍ଥାନକୁ ସଫେଇ କରି ଜନସଚେତନତା କରିବା ସହ ନିଜ ଜୀବନରେ ସ୍ବଚ୍ଛତାକୁ ଆପଣାଇ ଏକ ସୁସ୍ଥ ଜୀବନ ଗଢିତୋଳିବା ସକାଶେ ସାମୂହିକ ଶପଥ କରିଥିଲେ।ଏଥିରେ ଅନିଳ ପ୍ରଧାନ,ତ୍ରିନାଥ ଲେଙ୍କା, ନବଘନ ବିଶ୍ବାଳ ଆଦି ଯୁବକ ସଂଘର ସଦସ୍ୟ ସମେତ ବହୁ ବରିଷ୍ଠ ନାଗରିକ ସହଯୋଗ କରିବା ସହ ଏଭଳି ସଚେତନ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ।