ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କ୍ୱାମୀ ଏକତା ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ନେହେରୁ ଯୁବକେନ୍ଦ୍ର ତରଫରୁ କ୍ୱାମୀ ଏକତା ଦିବସ ପାଳିତ ହୋଇଯାଇଛି । ଏନେଇ ଜିଲ୍ଲାର ରାୟଗଡ ବ୍ଲକ ସଦର ମହକୁମା ରାୟଗଡ ଗ୍ରାମ ଠାରେ ୟଙ୍ଗ ଷ୍ଟାର ଯୁବକ ସଂଘଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏକତା ରହିବାର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଫରେଷ୍ଟର କାଳୀପ୍ରସାଦ ଶବର, ଶିକ୍ଷକ ଅବନୀ ପଟ୍ଟନାୟକ, ଯୁବ ନେତା ଅଶୋକ ପାଇକ ପ୍ରମୁଖ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ବେଳେ ରାୟଗଡ ବ୍ଲକର ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ଦେବାଶିଷ ପାଇକ, ଅଜିତ୍ କୁମାର ଦଳପତିଙ୍କ ସହଯୋଗରେ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ