ଗଜପତିରେ ବଢିଲା ଶୀତର ପ୍ରଭାବ, ଜମୁଛି ଶୀତବସ୍ତ୍ର ବେପାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ମୋଟ ୭ଗୋଟି ବ୍ଲକ ଯଥା, କାଶୀନଗର, ଗୁମ୍ମା, ଗୋଷାଣୀ, ରାୟଗଡ, ଆର.ଉଦୟଗିରି, ନୁଆଗଡ, ମୋହନା ଓ କାଶୀନଗର ଏନଏସିରେ ଗତ କିଛି ଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ଶୀତବସ୍ତ୍ର ଦୋକାନମାନଙ୍କରେ ଭିଡ ଜମାଉଥିବା ଦେଖିବାକୁ ମିଳୁଛି । ଏନେଇ ପାରଳାଖେମୁଣ୍ଡି ହାଇସ୍କୁଲ ଛକ ଠାରେ ପ୍ରାୟ ୧୫ରୁ ଉର୍ଦ୍ଧ ଦୋକାନ ସହ ନୂଆବସ୍‌ଷ୍ଟାଣ୍ଡ ନିକଟସ୍ଥ ମୁଖ୍ୟ ରାସ୍ତା ଆଦି ସ୍ଥାନରେ ଶୀତବସ୍ତ୍ର ଦୋକାନମାନ ଖୋଲା ଯାଇଛି । ଏହି ଦୋକାନ ମାନଙ୍କରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗ୍ରାହକ ମାନଙ୍କର ଭିଡ ଦେଖିବାକୁ ମିଳୁଛି । ଏହି ଶୀତ ବସ୍ତ୍ର ଗୁଡିକ ଶସ୍ତାରୁ ଆରମ୍ଭ କରି ନାମୀଦାମୀ ମୁଲ୍ୟରେ ମଧ୍ୟ ବିକ୍ରି ହେଉଥିବାର ଲକ୍ଷ୍ୟ କରାଯାଉଛି । ସକାଳ ସମସୟରେ ମଧ୍ୟ ପ୍ରାୟ ୮ଘଣ୍ଟା ପର୍ଯ୍ୟନ୍ତ ଭୀଷଣ ଶୀତ ଲହରୀ ସହ ରାସ୍ତାରେ କୁହୁଡି ଦେଖିବାକୁ ମିଳୁଛି । ତେଣୁ ଲୋକମାନେ ଶୀତ ବସ୍ତ୍ର ପରିଧାନ କରି ରାସ୍ତାରେ ଗାଡି ଚଲାଇବା ବେଳେ ଲାଇଟ ବ୍ୟବହାର କରୁଥିବାର ମଧ୍ୟ ଦୃଷ୍ଟିକୁ ଆସୁଛି । ସେହିପରି ମୋଟ ୭ଗୋଟି ବ୍ଲକ ଯଥା, କାଶୀନଗର, ଗୁମ୍ମା, ଗୋଷାଣୀ, ରାୟଗଡ, ଆର.ଉଦୟଗିରି, ନୁଆଗଡ, ମୋହନା ଓ କାଶୀନଗର ଏନଏସିରେ ଅଞ୍ଚଳରେ ମଧ୍ୟ ଶୀତ ବସ୍ତ୍ର ଦୋକାନ ରହିଛି । ଏଗୁଡିକରେ ମଧ୍ୟ ଶୀତ ବସ୍ତ୍ର କିଣିବା ପାଇଁ ଲୋକଙ୍କ ଭିଡ ଜମିଛି । ଏହି ଜିଲ୍ଲାର ଏହି ଶୀତର ଲହରୀ ବଢିବା ଦ୍ୱାରା ଏହି ସବୁ ଦୋକାନୀ ମାନେ ଚଳିତ ବର୍ଷ ଭଲ ବ୍ୟବସାୟ କରି ବେଶ ଉତ୍ସାହିତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ