ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା
ବନ୍ତ,(ଯୁଗାବ୍ଦନ୍ୟୁଜ): ବନ୍ତ ବ୍ଳକ ଗଣିଜାଙ୍ଗସ୍ଥିତ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ନିଗମାନନ୍ଦ ମିଶ୍ର, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ରଞ୍ଜନ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପଞ୍ଚାନନ ଦାସ, ବ୍ଳକ ଉପାଧ୍ୟକ୍ଷା ମଞ୍ଜୁଲତା ଜେନା ଯୋଗ ଦେଇ କ୍ରୀଡା ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଅଭୟ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସରପଞ୍ଚ ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜେ୍ୱାଳନ ଓ ପତାକା ଉତ୍ତୋଳନ କରାଯାଇ କ୍ରୀଡାର ଶୁଭାରମ୍ଭ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ମ୍ୟୁଜିକ୍ ଚେୟାର, ସ୍କିପିଂ, ଗଣିତଦୌଡ ଆଦି ୩୬ ପ୍ରକାରର ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୪୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଡଲିରାଣୀ ଦାସ, ପ୍ରସନ୍ନ କୁମାର ଜେନା କ୍ରୀଡା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଜ୍ୟୋତ୍ସ୍ନାରାଣୀ ଜେନା, ନମିତା ଜେନା, ଗୋପିନାଥ ପଣ୍ଡା, ଶରତ କୁମାର ନାୟକ, ପ୍ରକାଶ କୁମାର ପରିଡା, ମଧୁସ୍ମିତା ରାଉତ, ଅନାଦି ନାୟକ, ବଳରାମ ସେଠୀ, ଶୁଭଶ୍ରୀ ବେହେରା, ଜଗନ୍ନାଥ ପତି, ନାରାୟଣ ଚନ୍ଦ୍ର ସେଠୀ, ସଂଯୁକ୍ତା ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ ।