ନୈତିକତା ଦୃଷ୍ଟିରୁ ବ୍ଳକ ବିଜେଡି ସଭାପତିଙ୍କ ଇସ୍ତଫା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକ ନୈତିକତା ଦୃଷ୍ଟିରୁ ଦଳରୁ ଇସ୍ତଫା ଦେଇଥିବା ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ତାଙ୍କ ଇସ୍ତଫା ପତ୍ର ବିଜେଡି ରାଜ୍ୟ ସଭାପତି ନବିନ ପଟ୍ଟନାୟକଙ୍କ ସମେତ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କ ନିକଟକୁ ପଠାଇଥିବା ସୂଚନା ଦେଇଛନ୍ତି । ସେ ଦୀର୍ଘ ୨୧ବର୍ଷ ହେଲା ଦଳୀୟ ଶୃଙ୍ଖଳା ଭିତିରେ କାର୍ଯ୍ୟ କରି ଆସୁଥିଲେ । ସେହିପରି ୧୦ବର୍ଷ ହେବ ବ୍ଳକ ସଭାପତି ରୂପେ ସୁଚାରୁ ଭାବେ କାର୍ଯ୍ୟ ସଂପାଦନ ମଧ୍ୟ କରି ଆସୁଥିଲେ । ଗତ କିଛି ଦିନ ହେବ ଦଳର କିଛି କାର୍ଯ୍ୟକର୍ତା ତାଙ୍କ ପଦବୀକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନିଜ ପଂଚାୟତରେ ବିଜେଡି ସମର୍ଥିତ ସମିତି ସଭ୍ୟ ଓ ସରପଂଚ ପ୍ରାର୍ôଥଙ୍କୁ ସେ ଜିତାଇ ପାରି ନଥିଲେ । ଯାହା ଦ୍ୱାରା ନୈତିକତା ଦୃଷ୍ଟିରୁ ସେ ସଭାପତି ପଦରୁ ଇସ୍ତଫା ଦେଇଥିବା ଲିଖିତ ଭାବେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ