ନୋସି ପକ୍ଷରୁ ବନମହୋତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) :-ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ନୋସି ତରଫରୁ ପରିବେଶ ସୁରକ୍ଷା ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଂଶଗ୍ରହଣ କରିଥିବା ସିପେଟର ଶତାଧିକ ଛାତ୍ରଛାତ୍ରୀଙ୍କୁ ସୁବ୍ରତ ନାୟକ ପରିବଶେ ସୁରକ୍ଷା ସମ୍ପର୍କରେ ପରାମର୍ଶ ଦେଇଥିଲେ । ପରିବେଶ ସୁରକ୍ଷା ସାଙ୍ଗକୁ ବାୟୁମଣ୍ଡଳରେ ଅମ୍ଳଜାନ ମାତ୍ର ବୃଦ୍ଧି ପାଇଁ ପ୍ରତ୍ୟେକ ପରିବାର ପକ୍ଷରୁ ବୃକ୍ଷରୋପଣ ପାଇଁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ନାୟକ ଉତ୍ସାହିତ କରିଥିଲେ । ଅଙ୍କର ଶିଳ୍ପାନୁଷ୍ଠାନର ମୁଖ୍ୟ ସିପି ଭର୍ତ୍ତିଆଙ୍କ ସମେତ ଦେବାଶିଷ ମହାନ୍ତି, ଦେବାଶିଷ ଦାସ ପ୍ରମୁଖ ଏଥିରେ ଯୋଗଦେଇ ବନ ମହୋତ୍ସବ ପାଳନର ଅଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ନୋସିର ସମସ୍ତ ସଦସ୍ୟ ସଦସ୍ୟାଙ୍କ ସମେତ ସିପେଟର ଛାତ୍ରଛାତ୍ରୀ ତଥା ଶିକ୍ଷକମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ