ନ୍ୟାସ ପକ୍ଷରୁ ଗାନ୍ଧୀ ଗୌରବ ସମ୍ମାନ ବାବା ବଳିଆଙ୍କୁ ପ୍ରଦାନ କରାଯିବ
ଭୁବନେଶ୍ୱର, ( ଯୁଗାବ୍ଦ ନ୍ୟୁଜ୍) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ମହାତ୍ମାଗାନ୍ଧୀ ଅହିଂସା ଐତିହ୍ୟ ନ୍ୟାସକୁ ଟ୍ରଷ୍ଟିମାନେ ପୁନଃ ଗଠିତ କରି ରାଜନେତା ତଥା ସମାଜସେବୀ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଓ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ ଡଃ ପ୍ରଫେସର ବୁଦ୍ଧଦେବ ମିଶ୍ରଙ୍କୁ ମ୍ୟାନେଜିଂ ଟ୍ରଷ୍ଟି ଭାବେ ନିର୍ବାଚିତ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ସ୍ୱର୍ଗତ ପ୍ରଧାନଙ୍କ ୯୪ତମ ଜନ୍ମୋତ୍ସବ ଆସନ୍ତା ୨୮ ତାରିଖରେ ଓଡ଼ିଶାର ବିଶିଷ୍ଟ ସମାଜ ସୁଧାରକ, ସଂସ୍କୃତିର ବାର୍ତ୍ତାବହ, ପ୍ରକୃତିବନ୍ଧୁ ବାବା ବଳିଆଙ୍କୁ ଗାନ୍ଧୀ ଗୌରବ ସମ୍ମାନ-୨୦୧୯ ପ୍ରଦାନ କରାଯିବା ସହ ରାଜ୍ୟ ଜଙ୍ଗଲ ବିଭାଗର ସ୍ମୃତିବନଠାରେ ବୃକ୍ଷରୋପଣ କରାଯିବ । ନହରକଣ୍ଟା, ପଲ୍ଲି ଉନ୍ନୟନ ସେବା ସମିତି ପରିସରରେ ସ୍ମୃତି•ରଣ ସଭା ସେହିଦିନ ପୂର୍ବାହ୍ନରେ ଅନୁଷ୍ଠିତ ହେବ । ଆଜିର ନ୍ୟାସ ବୈଠକରେ ଟ୍ରଷ୍ଟି ଭାବେ ଡଃ ବଦ୍ରୀନାଥ ପଟ୍ଟନାୟକ, ପୃଥୀରାଜ ପ୍ରଧାନ, ପୁଷ୍ପରାଜ ପ୍ରଧାନ, ଦେବଜାନୀ ରାଉତରାୟ ଓ ଉପସଭାପତି ଭାବେ ଦେବରାଜ ପ୍ରଧାନ, କୋଷାଧ୍ୟକ୍ଷ ପ୍ରଜ୍ଞାନରାଜ ପ୍ରଧାନ ଓ ସଂଯୋଜକ ଟ୍ରଷ୍ଟି ଭାବେ ସୁଶାନ୍ତ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଛି ।