ନ୍ୟାୟ ଯୁଦ୍ଧରେ ହାରିଗଲେ ଗୋବିନ୍ଦାପାଲ୍ଲୀ ଗଣଦୁଷ୍କର୍ମ ପୀଡିତା

୭ ନଭେମ୍ବର ୨୦୧୭ । ଗୋବିନ୍ଦାପାଲ୍ଲୀର ଏସଏସଡି ଯୁକ୍ତ ଦୁଇ ସାଇନ୍ସ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ଅଧ୍ୟୟନ କରୁଥିଲେ । ସାଙ୍ଗ ସାଥି ମେଳରେ ହସଖୁସୀରେ ପାଠ ପଢୁଥିଲେ । ପରିବାରର ମଧ୍ୟ ସେ ଜଣେ ଶିକ୍ଷିତା ଓ ଅଲିଅଳି ଝିଅ ଥିଲେ । କିନ୍ତୁ ଛାତ୍ରୀ ଜଣଙ୍କ ଉପରେ ସଇତାନ ମାନଙ୍କର ଆଖି ପଡିଥିଲା । ସେମାନେ ସଂଘବଦ୍ଧ ଭାବେ ଛାତ୍ରୀ ଜଣଙ୍କ ୁ ଗଣଦୁଷ୍କର୍ମ କରିଥିଲେ । ଏହା ପରେ ଅପରାଧିମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗଣଦୁଷ୍କର୍ମ ର ଶୀକାର ହୋଇ ପିଡିତା ଅସୁସ୍ଥ ହୋଇଥିଲେ । ମେଡିକାଲରେ ଚିକିସ୍ରିତ ହୋଇ ଅପରାଧି ମାନଙ୍କୁ କେବେ ଉଚିତ ଦଣ୍ଡ ମିଳିବ ନ୍ୟାୟର ଆଶାରଖି ଜୀବନ ମରଣ ସହ ସଂଘର୍ଷ କରୁଥିଲେ । ଗତ ଏପ୍ରିଲ ୧୩ ତାରିଖ ଠାରୁ ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ୱର ଏମସରେ ଭର୍ତ୍ତିକରାଯ୍ଧବଥିଲା । କିନ୍ତୁ ପୀଡିତା ଜଣକ ନ୍ୟାୟକୁ ଚାହିଁ ଚାହିଁ ଶେଷରେ ଆଜି ତାଙ୍କର ମୃତ ହୋଇଛି । ପିଡିତା ଜଣଙ୍କ ପ୍ରତି ଯେଉଁ ଅନ୍ୟାୟ ହୋଇଛି ତାର ପରିଣତି କଣ ହେବ ଦୋଷୀ ମାନେ ଦଣ୍ଡ ପାଇବେ ନା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ