ନ୍ୟୁହଲାଣ୍ଡ ଏଗ୍ରିକଲଚର ପକ୍ଷରୁ ମେସିନ୍ ଉପରେ ୩୦ ଦିନର ୱାରେଟିଂ ବର୍ଦ୍ଧିତ କରାଗଲା

ଭୁବନେଶ୍ୱର : ସମ୍ପ୍ରତି ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାରେ ଭାରତର କୃଷି ସହିତ ଅନ୍ୟ ସମସ୍ତ ସେକ୍ଟର ବେଶ୍ ପ୍ରଭାବିତ ହୋଇଛନ୍ତି । ଏପରିସ୍ଥଳେ ନ୍ୟୁ ହଲାଣ୍ଡ ଏଗ୍ରିକଲଚର ପକ୍ଷରୁ ୨୦୨୦ ମାର୍ଚ୍ଚ ୨୪ରୁ ଏପ୍ରିଲ୍ ୨୪ ୱାରେଟିଂ ଥିବା ଏହାର ମେସିନ୍ ଉପରେ ୩୦ ଦିନର ବର୍ଦ୍ଧିତ ୱାରେଟିଂ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ‘ୟୁଇ କେୟାର ଫର୍ ୟୁ’ ପ୍ରୟାସ ଅନ୍ତର୍ଗତ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । କମ୍ପାନୀ ଇତିମଧ୍ୟରେ ଭାରତରେ ୫ ଲକ୍ଷ ଟ୍ରାକ୍ଟର ବିକ୍ରି କରିଥିବାବେଳେ ଦେଶରେ ଏହାର ୧୦୦୦ରୁ ଅଧିକ କଷ୍ଟମର ଟଚ୍ ପଏଂଟ୍ ରହିଛି । ଏହି ଅବସରରେ ଏଜି ଇଣ୍ଡିଆର ପ୍ରଡକ୍ଟ ସପୋର୍ଟ ସେନଥିଲ୍ କୁମାର କହିଲେ, କୋଭିଡ୍‌-୧୯ ଆମର ସ୍ୱଭାବିକ ଜୀବନଧାରାକୁ ପ୍ରଭାବିତ କରିଛି । ଏପରିସ୍ଥଳେ ସଭିଏଁ ଘରେ ରହି କାମ କରିବାକୁ ବାଧ୍ୟ ହୋଇଛନ୍ତି । ମାତ୍ର ଆମର କୃଷକ ବନ୍ଧୁମାନେ ଘରେ ରହି କେବେ ମଧ୍ୟ କାମ କରି ପାରିବେ ନାହିଁ । ସମ୍ପ୍ରତି ସେମାନଙ୍କର ଫସଲ ଏବଂ ଆୟ ଉଭୟ ସଙ୍କଟରେ ରହିଛି । ସେମାନଙ୍କ ସହାୟତା ପାଇଁ ଆମେ ଏଭଳି ପଦକ୍ଷେପ ଗ୍ରହଣ କରିଛୁ । ନ୍ୟୁ ହଲାଣ୍ଡ ଏଗ୍ରିକଲଚର ଶ୍ରେଷ୍ଠ ଜ୍ଞାନକୌଶଳଯୁକ୍ତ ଟ୍ରାକ୍ଟର ଉପଲବ୍ଧ କରାଯାଇଥାଏ । ଏହା ସହିତ ସମସ୍ତ ଚାଷ ଉପକରଣ ଚାଷ ଜମି ପ୍ରସ୍ତୁତିଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ଉପଲବ୍ଧ କରାଇଥାଏ । ଏହା ଘାସ ଏବଂ ଚାରା ରୋପଣ ଉପକରଣ, ପ୍ଲାଂଟର, ବାଲେର, ସ୍ପ୍ରେୟର, ଟିଲର ଉପକରଣ ଆଦି ପ୍ରସ୍ତୁତ କରିଥାଏ । କମ୍ପାନୀର ଟ୍ରାକ୍ଟର ରେଞ୍ଜ ଉନ୍ନତ ଜ୍ଞାନକୌଶଳ ଆଧାରରେ ନିର୍ମିତ । ଏଗୁଡ଼ିକ ବିଶେଷ ଶକ୍ତିଶାଳୀ ଏବଂ ଏହାର ଇଞ୍ଜିନ୍ ଇନ୍ଧନ ସଂଚୟକାରୀ । ସୂଚନାଯୋଗ୍ୟ, ନ୍ୟୁ ହଲାଣ୍ଡ୍ ଗ୍ରାହକ ସେବା କେନ୍ଦ୍ରରେ ହିନ୍ଦୀ ଇଂଲିଶ୍ ସହିତ ୮ଟି ଭାଷାରେ ଭାରତ ବ୍ୟାପୀ ଗ୍ରାହକଙ୍କୁ ସହାୟତା ଯୋଗାଇ ଦିଆଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ