ନ୍ୟୁୟର୍କରୁ ସିଡନୀ ୧୯ ଘଣ୍ଟା ଲଗାତର ବିମାନ ଯାତ୍ରା

ଘଣ୍ଟାଏ ନୁହେଁ କି ଦୁଇଘଣ୍ଟା ନୁହେଁ ଲଗାତର ୧୯ ଘଣ୍ଟା ୧୬ ମିନିଟ୍ର ବିମାନ ଯାତ୍ରାୟ ନ୍ୟୁୟର୍କରୁ ସିଡନୀକୁ କ୍ୱାଣ୍ଟାସ୍ ବିମାନ ଯାତ୍ରୀ ଏଭଳି ଦୀର୍ଘ ସମୟ ଉଡ଼ାଣ କରି ଇତିହାସ ରଚନା କରିଛନ୍ତି । ଦୀର୍ଘ ୧୬,୨୦୦ କିଲୋମିଟରର ବିମାନ ଯାତ୍ରା ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି କ୍ୱାଣ୍ଟାସ୍ ମୁଖ୍ୟ ଆଲାନ୍ ଜଏସ୍ । ଏଭଳି ଯାତ୍ରା କରିବା ପୂର୍ବରୁ ମାନସିକ ପ୍ରସ୍ତୁତ ଓ ଅଭ୍ୟାସ କରିବାକୁ ପଡ଼ିଥାଏ ବୋଲି ସେ କହିଛନ୍ତି । ବୋଇଂ ୭୮୭ ଡ୍ରିମ୍ଲାଇନର ବିମାନଟି ନ୍ୟୁୟର୍କର ଜନ୍ ଏଫ୍‌. କେନେଡି ବିମାନବନ୍ଦରରୁ ଉଡ଼ାଣ କରିଥିଲା । ଦୀର୍ଘ ଯାତ୍ରା ପରେ ଏଥିରେ ଥିବା ପ୍ରାୟ ୫୦ ଯାତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା । ଦୀର୍ଘ ଉଡ଼ାଣ ପୂର୍ବରୁ ୩ ସପ୍ତାହ ଧରି ବିମାନ ଯାତ୍ରୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିବା ଜଏସ୍ ପ୍ରକାଶ କରିଛନ୍ତି । କ୍ୱାଣ୍ଟାସ୍ ୨୦୨୨ରୁ ନ୍ୟୁୟର୍କରୁ ସିଡନୀକୁ ବିମାନ ଚଳାଚଳ ଆରମ୍ଭ କରିବା ନେଇ ବିଚାର କରୁଥିବା ଜଣାପଡ଼ିଛି । ନ୍ୟୁୟର୍କରୁ ସିଡନୀ ପୁଣି ଏଭଳି ଦ୍ୱିତୀୟ ଦୀର୍ଘ ବିମାନଉଡ଼ାଣ କରାଯିବ ଓ ଏହା ପରେ ଲଣ୍ଡନରୁ ସିଡନୀକୁ ଏହି ବିମାନ ଉଡିବ ବୋଲି କ୍ୱାଣ୍ଟାସ୍ ପକ୍ଷରୁ କୁହାଯାଇଛି । ଏହା ସମ୍ଭବ ହୋଇପାରିଲେ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହା ବେଶ୍ ସଫଳତା ଆଣିପାରିବ ବୋଲି ସିଡନୀ ବିଜନେସ୍ ଚାମ୍ବର୍ସର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ କାଥେରିନ୍ ଓରେଗାନ୍ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ