ନ୍‌ସିବିର ଚଢ଼ଉ ‌ପରେ ଗିରଫ ହେଲେ ଫିରୋଜ ନାଦିଆଦୱାଲାଙ୍କ ପତ୍ନୀ

ନୂଆଦିଲ୍ଲୀ: ଏନସିବିର ପଚରାଉଚରା ପରେ ଗିରଫ ହୋଇଛନ୍ତି ‘ଫିର୍ ହେରା ଫେରି’ ଓ ‘ୱେଲକମ ବ୍ୟାକ୍’ ଭଳି ଫିଲ୍ମ ନିର୍ମାଣ କରିଥିବା ଫିରୋଜ ନାଦିଆଦୱାଲାଙ୍କ ପତ୍ନୀ ଶବାନା ସଇଦ। ପ୍ରଯୋଜକ ଫିରୋଜ ନାଦିଆଦୱାଲାଙ୍କ ଘରେ ଏନସିବିର ରେଡ୍‌ ପଡ଼ିଥିବା‌ ବେଳେ ତାଙ୍କ ଘରୁ ଏନ୍‌ସିବି କିଛି ମାତ୍ରାରେ ଡ୍ରଗ୍ସ ଜବତ କରିଥିଲା। ତଦନ୍ତକାରୀ ସଂସ୍ଥା ଏନେଇ ନାଦିଆଦୱାଲାଙ୍କୁ ସମନ୍ କରିଥିବା ବେଳେ ତାଙ୍କ ପତ୍ନୀଙ୍କୁ ଏନ୍‌ସିବିର ପ୍ରଶ୍ନୋତ୍ତରକୁ ସାମ୍ନା କରିବାକୁ ପଡ଼ିଥିଲା। ତେବେ ପଚରାଉଚରା ପରେ ଏନସିବି ଶବାନା ସଇଦଙ୍କୁ ଗିରଫ କରିଥିବା ଜଣା ପଡ଼ିଛି। ତେବେ ଏନସିବିର ଚଢ଼ଉ ସମୟରେ ପ୍ରଯୋଜକ ଫିରୋଜ ନାଦିଆଦୱାଲା ଘରେ ନଥିବା ଜଣାଯାାଇଛି । ମିଳିଥିବା ସୂଚନା ଅନୁସାରେ, ଏନସିବି ମୁମ୍ବାଇରେ ଶନିବାର ବିଳମ୍ବିତ ରାତିରେ ବଲିଉଡର ବହୁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ଉ କରିଥିଲା। ଫିରୋଜ୍ ନାଦିଆଦୱାଲାଙ୍କ ଘରେ ଚଢ଼ଉ ପରେ ଏନସିବି ୧୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏନସିବିର ଟିମ୍ ତାଙ୍କର ୩ଟି ମୋବାଇଲକୁ ଜବତ କରିଛି। ଲୋଖଣ୍ଡଓ୍ବାଲା, ମଲାଡ, ଅନ୍ଧେରୀ ଓ ନଭି ମୁମ୍ବାଇରେ ଏବେ ବି ଚଢ଼ଉ ଜାରି ରହିଛି। ଏନସିବି ଟିମ୍ ଇସ୍ମାଇଲ ଶେଖ୍ ନାମକ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କ ସହିତ ଅନ୍ୟ ଲୋକଙ୍କୁ ମଧ୍ୟ ଗିରଫ କରିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ ହୋଇଛି। କିଛି ଦିନ ତଳେ ଏନସିବି ଅଭିନେତା ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କ ଭାଇ ଅଗିସିୟାଲୋସଙ୍କୁ ମଧ୍ୟ ଗିରଫ କରିଥିଲା। ତାଙ୍କ ପାଖରୁ ହସିଷ ଓ ଏଲ୍‌ପ୍ରୋଜୋଲନର୍‌ ଟାବଲେଟ୍ ଜବତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ