ଶିଶୁ ଓ ଗର୍ଭବତୀ ମାଙ୍କୁ ମିଳୁନି ଅଙ୍ଗନବାଡ଼ିର ସୁବିଧା

ମୋହନା,(ଅଂଶୁମାନ ପଣ୍ଡା): ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି ଆଉ ସେହି ଯୋଜନା ମଧ୍ୟରୁ ଶିଶୁ ଜନ୍ମ ଠାରୁ ବଡ଼ ହେବା ପର୍ଯ୍ୟନ୍ତ ଅନେକ ସୁବିଧା ଯୋଗାଇବା ଦିଗରେ ପଦକ୍ଷେପ ନେଇଛନ୍ତି | ସେଭଳି ସରକାର ଗର୍ଭବତୀ ମା ପାଇଁ ସବୁ ପ୍ରକାର ଯୋଜନା ମଧ୍ୟ ତିଆରି କରିଛନ୍ତି | ଯେପରି ମା ଓ ଶିଶୁ ଭଲ ଖାଦ୍ୟ ଖାଇ ସୁସ୍ଥ ସବଳ ରହିବେ, ଶିଶୁ ଶିକ୍ଷା ଅର୍ଜନ ପାଇଁ ଗାଁ ଗାଁ ରେ ଖୋଲା ଯାଇଛି ଅଙ୍ଗନବାଡ଼ି କେନ୍ଦ୍ର, ହେଲେ ପିଲାଙ୍କ କାମରେ ଆସୁନି ଏହି କେନ୍ଦ୍ର, ଅନେକ ଜାଗାରେ ଅଧ୍ୟାପନ୍ତରା ହୋଇ ପଡ଼ିଛି ଅଙ୍ଗନବାଡ଼ି ଗୃହ, ଅନେକ ଜାଗାକୁ ପହଞ୍ଚି ପାରୁନାହାନ୍ତି ଅଙ୍ଗନବାଡ଼ି ଦିଦି କି ସୁପରଭାଇଜର ହେଲେ କିଛି ଜାଗାରେ ଅଙ୍ଗନବାଡ଼ି ଦିଦି ଙ୍କ ପ୍ରୟାସ ଜାରି ରଖିଛନ୍ତି ଶିଶୁ କୁ ଶିକ୍ଷା ଓ ଖାଦ୍ୟ ଯୋଗାଇବାରେ, ବାକି ସାକ୍ଷୀ ହୋଇ ସେଣ୍ଟର ଚାଲିଛି କିନ୍ତୁ ସୁପରଭାଇଜର ବିଲି କରିବା ପାଇଁ ରାତି ଦିନ ଦିଦି ମାନଙ୍କ ଘର ସାମ୍ମନାରେ ବସି ଜବର ଦସ୍ତ ଫିଜ ଆଦାୟ କରୁଛନ୍ତି | ଏହାର ପ୍ରତିବାଦ କଲେ ଧମକ ଦେବା ସହ ଧର୍ଷଣ କରାଯାଇଥିବା ଅଭିଯୋଗ କରିବି କୁହା ହେଉଛି | କରୋନା ମହାମାରୀରେ ନିଜ ପରିବାର କୁ ଛାଡି ଯିଏ ଅନ୍ୟକୁ ସାହାଯ୍ୟ କରି ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ସୁପରଭାଇଜର ମାନେ ନାଲି ଆଖି ଦେଖାଇ ଅତ୍ୟାଚାର କରିଚାଲିଛନ୍ତି | ଏପରିକି ସରକାରଙ୍କ ନିୟମନୁଯାୟୀ ପ୍ରତ୍ୟକ ଶିଶୁ ଓ ଗର୍ବବତୀ ମାଙ୍କ ଘରେ ଯାଇ ଅଣ୍ଡା, ତେଲ,ଛତୁଆ,ଚାଉଳ, ଚଣା ଲଡୁ, ସୁଜି ଭଳି ଅନେକ ସାମାନ ଦେବା ପାଇଁ ହେଲେ ଏହି ସମୟରେ ବାକି କରି ଆଣିଥିବା ସାମଗ୍ରୀ ଗୁଡ଼ିକର ବିଲ ହେଉନାହିଁ ଜାଫଳରେ ଦୋକାନୀ ସାମଗ୍ରୀ ଦେବାପାଇଁ ମନା କରିଦେଉଛନ୍ତି | ବଜାର ଦରରେ ଅଣ୍ଡା ଗୋଟିଏ ୬ ଟଙ୍କା ଥିବା ବେଳେ ସରକାର ଦେଉଛନ୍ତି ୪.୫୦ପଇସା ଯାହା ଦ୍ୱାରା ଅଣ୍ଡା କିଣିବାକୁ ହେଲେ ହାତରୁ ଦେବାକୁ ପଡୁଛି୨ ଟଙ୍କା ୫୦ ପଇସା ତେଣୁ ଠିକି ଭାବେ ଶିଶୁ ଓ ମା କୁ ଅଣ୍ଡା ମିଳିପାରୁନି | କେତେକ ଜାଗାରେ ୧୨ଟା ଅଣ୍ଡା ଜାଗାରେ୧୦ କିମ୍ବା ୭ଟା ଦେଇ ବୁଝାଉଛନ୍ତି ଦିଦି ମାନେ ଅନେକ ଜାଗାରେ ଶିଶୁଙ୍କୁ ଖାଦ୍ୟ ସାମଗ୍ରୀ ଦେବା ସମୟରେ ତେଲ, ଚାଉଳ, ପରିବା ମଧ୍ୟ ଦିଅ ଯାଉନି ଅଭବାବକ ପଚାରିଲେ ନାଲି ଆଖି ଦେଖାଉଛନ୍ତି ଦିଦି ଓ ସୁପରଭାଇଜର,ଜାଫଳରେ କିଛି ଖଳ ପ୍ରକୃତି ଦିଦିଙ୍କ ପାଇଁ କାମ କରୁଥିବା ଦିଦି ମାନଙ୍କ ବିକ୍ରୟ ବିଲି ହୋଇ ପାରୁନି ଯାହା ଭି ହେଉଛି ସିଡିପିଆ ଙ୍କ ନଜର କୁ ନଆଣି ସୁପରଭାଇଜର ମାନେ ୧୦ ପରସେଣ୍ଟିଜ ମାଗି ନେଉଛନ୍ତି ଯିଏ ନ ଦଉଛି ତାହାରି ବିଲି ହେଉ ନାହିଁ ବୋଲି କିଛି କର୍ମୀ ମାନେ ନିଜ ନାମ ଗୋପନ ରଖୀ କହିଛନ୍ତି | ଜିଲ୍ଲା ପ୍ରଶାସନ ଓ ସରକାରଏଥି ପ୍ରତି ନଜର ଦେବା ସହ ଖଳ ପ୍ରକୃତି ଲୋକଙ୍କୁ ଦାଇତ୍ୱରୁ ବହିଷ୍କାର କରିବା ସହ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ | ଏବଂ ଅଣ୍ଡା ପାଇଁ ଦେଉଥିବା ଟଙ୍କା ଆଉକିଛି ବୃଦ୍ଧି କରିଥିଲେ ସମସ୍ତେ ସୁଭିଧାରେ ପାଇବେ ଅଣ୍ଡା ବିକ୍ରୟ ବିଲି ମଧ୍ୟ ତୁରନ୍ତ କରିବା ପାଇଁ ଅନୁରଧ କରିଛନ୍ତି ଅଙ୍ଗନବାଡ଼ି ଦିଦି ଓ କର୍ମୀମାନେ | ଅନେକ ଜିଲ୍ଲା ଗୁଡ଼ିକରେ ପିଲା ଙ୍କୁ ମା କୁ ଭଲ ଖାଦ୍ୟ ଯୋଗାଇ ଦିଆଯାଉଛି | କିନ୍ତୁ ଗଜପତି ଜିଲ୍ଲାରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି ଅଙ୍ଗନବାଡ଼ି ଗୃହ ଗୁଡ଼ିକ ମଧ୍ୟ ନିମ୍ନ ମାନର ନିର୍ମାଣ ହୋଇଛି | ଏହାର ନଗ୍ନ ଛବି ମୋହନା ବ୍ଲକରେ ଦେଖିବାକୁ ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ