ନଡ଼ିଆ ଗଛ ପ୍ରତି ୫ଶହ ପରିବର୍ତ୍ତେ ୬ହଜାର ଟଙ୍କା ଦେବାକୁ ଦାବି

ପୁରୀ (ଜୁଗାବ୍ଦ ନ୍ୟୁଜ୍‍): ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ନଡ଼ିଆ ଚାଷ ପାଇଁ ବେଶ୍ ଜଣାଶୁଣା । ଗତ ମାସ ୩ ତାରିଖ ଫାନି ବାତ୍ୟାରେ ସତ୍ୟବାଦୀ ଅଞ୍ଚଳର ଲକ୍ଷାଧିକ ନଡ଼ିଆ ଗଛ ଭାଙ୍ଗି ଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭାଙ୍ଗି ଯାଇଥିବା ନଡ଼ିଆ ଗଛ ପ୍ରତି ୫ଶହ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ମାତ୍ର ଏହି ପ୍ରୋତ୍ସାହନ ରାଶି ୫ ଶହ ଟଙ୍କା ପରିବର୍ତ୍ତେ ୬ ହଜାର ଟଙ୍କା ଦେବାକୁ ଅଖିଳ ଭାରତ ନାରିକେଳ ଉତ୍ପାଦନ ମହାସଂଘ ପକ୍ଷରୁ ଦାବି କରାଯାଇଛି । ମହାସଂଘର ରାଜ୍ୟ ସଭାପତି ହୃଷିକେଶ ମିଶ୍ରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଜଣେ ନଡ଼ିଆ ଚାଷୀକୁ ୨୫ଟି ନଡ଼ିଆ ଗଛର କ୍ଷତି ଦେବାକୁ ସ୍ଥିର କରିଛନ୍ତି । ଏହାକୁ ତୁରନ୍ତ ରଦ୍ଦ କରାଯାଉ । ସେହିପରି ନଡିଆ ଗଛର କନ୍ଦ ମୋଡି ହୋଇଥିବା ଗଛଗୁଡିକରୁ ଭାଙ୍ଗି ଯାଇଥିବା ନଡ଼ିଆ ଗଛ ସହିତ ଗଣନା କରାଯାଉ । ବାତ୍ୟା ପରେ ରହିଯାଇଥିବା ନଡ଼ିଆ ଗଛଗୁଡିକର କିପରି ଯନ୍ନ ନିଆଯିବ ସେ ସମ୍ପର୍କରେ ନଡିଆ ଚାଷୀଙ୍କୁ ସଚେତନତା କରାଯାଉ, ନଡ଼ିଆ ଗଛର ପୁନଃରୋପଣ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଓ ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ । ଏହା ସହିତ ଆମ୍ବ, ପଣସ, ସପୁରୀ, କଦଳୀ, ଅମୃତଭଣ୍ଡା, ଲିଚୁ, ସପେଟା, ସଜନା, ପୋଲାଙ୍ଗ, ଗୁଆ ଆଦି ଫଳଚାଷୀଙ୍କୁ ୨.୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଯଦି ରାଜ୍ୟ ସରକାର ଏହି ଦାବିକୁ ବିଚାର ନ କରିନ୍ତି ଆଗାମୀ ଦିନରେ ବିଭିନ୍ନ ଚାଷୀ ସଂଗଠନ ରାଜରାସ୍ତାକୁ ଓହ୍ଳାଇବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସଭାପତି ଶ୍ରୀ ମିଶ୍ରଙ୍କଠାରୁ ସୂଚନା ମିଳିଛି । ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱଜିତ୍ ଶତପଥି, ଜପନ ଉପାଧ୍ୟୟ, ଫଗୁ ପରିଡା, ପ୍ରତାପ ଚିନରା, ଦୁର୍ଗେଶ ମିଶ୍ର, ଶରତ ବିଶ୍ୱାଳ, ପ୍ରଫୁଲ ମିଶ୍ର ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ