ନୟାହାଟରେ ବିଜେପି କର୍ମୀ ସମ୍ମିଳନୀ
ନୟାହାଟ (ଯୁଗାବ୍ଦ ନ୍ୟୁଜ): ନୟାହାଟସ୍ଥିତ ଆଖଣ୍ଡଳମଣୀଙ୍କ ପୀଠରେ ଶୁକ୍ରବାର ଧୂମାଳ ପଞ୍ଚାୟତର ବିଜେପି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ପ୍ରାର୍ଥୀ ରବି ମଲ୍ଲିକ, ରାଜ୍ୟମହିଳା ମୋର୍ଚ୍ଚା ସଭାପତି ଲକ୍ଷ୍ମୀ ଦାସ, ଜିଲ୍ଲା କୃଷକ ମୋର୍ଚ୍ଚା ସଂପାଦକ ଦୀନକୃଷ୍ଣ ମହାନ୍ତି, ଧୂମାଳ ସଭାପତି ରାମଚନ୍ଦ୍ର ମହାନ୍ତି, ୧୪ ନଂ ଜୋନ୍ ମଣ୍ଡଳ ସଭାପତି ମାନସ ସାହୁ, ମହିଳା ମହାସଂଘ ସଭାପତି ସବିତା ବେହେରାଙ୍କ ସମତେ ୮ଶହ କର୍ମୀ ଯୋଗ ଦେଇଥିଲେ । ଆସନ୍ତା ନିର୍ବାଚନରେ ପଦ୍ମଫୁଲରେ ଭୋଟ୍ ଦେବାକୁ ଶ୍ରୀ ମଲ୍ଲିକ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ ।