ନୟାହାଟ ମହାବିଦ୍ୟାଳୟ ରେ ନୂଆ ଓଡ଼ିଶା ଉତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ସ୍ଥିତ ମହାବିଦ୍ୟାଳୟ ଠାରେ ନୂଆ ଓଡ଼ିଶା ଉତ୍ସବ ପାଳନ ଅବସର ରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭୋଳାନାଥ ପାତ୍ର ଆନୁଷ୍ଠାନିକ ଭାବେ ଉକ୍ତ ଉତ୍ସବ କୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ପଣ୍ତିତ ତ୍ରିଲୋଚନ ମିଶ୍ର ଯୋଗ ଦେଇ ଆମ ଓଡ଼ିଆ ଭାଷା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଏହାର ପ୍ରଚାର ପ୍ରସାର କରିବା ଦିଗରେ ଯତ୍ନବାନ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆ ଓଡ଼ିଶା ଉତ୍ସବ କୁ ଇଂରାଜୀ ବିଭାଗ ଅଧ୍ୟାପକ ରତିକାନ୍ତ ଦାସ ସଂଯୋଜନା କରିଥିବାବେଳେ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା କୁ ନୋଡାଲ ଅଧିକାରୀ କଳ୍ପନା ନାୟକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ରଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।


