ନୟାହାଟ ର ସାର୍ବଜନୀନ ଦୂର୍ଗାପୂଜା

ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ର ନୟାହାଟ ଠାରେ ନୟାହାଟ ବ୍ୟବସାୟୀ ସଂଘ ଓ ପାନ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଥାନୀୟ ବ୍ୟବସାୟୀ, ପାନ ଚାଷୀ ,ଧାନ ଚାଷୀ ଙ୍କ ସାହାଯ୍ୟ ସହଯୋଗ ରେ ଆଜକୁ ୪୪ବର୍ଷ ହେଲା ସାର୍ବଜନୀନ ଦୂର୍ଗାପୂଜା ଅନୁଷ୍ଠିତ ହୋଇ ଆସୁଥିବା କହିଛନ୍ତି ବ୍ୟବସାୟୀ ସୁରେନ୍ଦ୍ର ମୋହନ ବିଟି।ଆଶ୍ୱିନ ମାସ ଷଷ୍ଠୀ ତିଥି ଠାରୁ ପ୍ରାଚୀ ନଦୀ ର ପୂର୍ଣରବା ତୀର୍ଥ ଠାରୁ ମାଟି ଅଣାଯିବାପରେ ବଙ୍ଗୀୟ କାରିଗର ମା ଙ୍କ ମୂର୍ତ୍ତୀ ଗଢିବାରେ ଲାଗି ପଡିଛନ୍ତି। ଆସନ୍ତା ଷଷ୍ଠୀ ତିଥି ରେ ବିଲ୍ଵବରଣ କାର୍ଯ୍ୟ କରାଯାଇ ମଣ୍ଡପ ରେ ମା ଙ୍କ ପୂଜା ଆରମ୍ଭ ହେବ। ସପ୍ତମୀ ତିଥି ରେ ମା ଙ୍କ ଚକ୍ଷୁଦାନ ପରେ ସର୍ବସାଧାରଣ ମା ଙ୍କୁ ଦର୍ଶନ କରିପାରିବେ।୨୧ ତାରିଖ ସପ୍ତମୀ ସଂଧ୍ୟା ରେ ବାଦିପାଲା,୨୨ ତାରିଖ ଅଷ୍ଟମୀ ସଂଧ୍ୟା ରେ ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ,୨୩ ତାରିଖ ନବମୀ ସଂଧ୍ୟା ରେ ମେଲୋଡି କାର୍ଯ୍ୟକ୍ରମ, ୨୪ ତାରିଖ ବିଜୟାଦଶମୀ ବା ଦଶହରା ସଂଧ୍ୟା ରେ ଭଜନ ସମାରୋହ ଓ ୨୫ ତାରିଖ ଦିନ ରେ ଭସାଣି ଯାତ୍ରା ଅନୁଷ୍ଠିତ ହେବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠାରୁ ଚର୍ଚ୍ଚା ର ବିଷୟ ହେଉଛି ଯେ, ଏଠାରେ ଅନୁଷ୍ଠିତ ପୂଜା ରେ ଜଣେ ଚାଷୀ ଓ ତାଙ୍କ ପତ୍ନୀ କର୍ତ୍ତା କର୍ତ୍ତି ହୋଇ ପୂଜା କାର୍ଯ୍ୟ କରିଆସୁଛନ୍ତି। ଏଠାରେ ଚାଷୀ ଭଗବାନ ଦୁବେ ଦୀର୍ଘ ୧୧ବର୍ଷ ହେଲା କର୍ତ୍ତା ହୋଇ ଆସୁଛନ୍ତି। ଚଳିତ ବର୍ଷ ପୂଜକ ଭାବେ ଉମାକାନ୍ତ ମୂଖାର୍ଜୀ ମାଟି ଉଠା, କଳସ ସ୍ଥାପନ କାର୍ଯ୍ୟ କରିଥିବାବେଳେ ମା ଙ୍କ ପୂଜା ନୀତି ପଣ୍ତିତ କାହୁଁ ଚରଣ ମିଶ୍ର, ଜ୍ୟୋତି ପ୍ରକାଶ ମିଶ୍ର, ଭଗବାନ ପାଢ଼ୀ ଅନୁଷ୍ଠିତ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ